କନକ ବ୍ୟୁରୋ : ଦୀପକ ନାୟକ, ରୋହିତ ପାତ୍ର, ମହେଶ୍ୱର ସଗରିଆ ଏବଂ ହିମାଂଶୁ ନାରଙ୍ଗ । ଗିରଫ ହୋଇଥିବା ଏହି ୪ ଜଣ ହିଁ ପ୍ରାୟ ୪ ମାସ ପୂର୍ବରୁ ପିହୁକୁ ଅପହରଣ ପାଇଁ କରିଥିଲେ ଯୋଜାନ । ଏକାଧିକ ଥର ଅପହରଣ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଗତ ୧୮ ତାରିଖରେ ଅପହରଣ କରିବାକୁ ସଫଳ ହୋଇଥିଲେ ୪ ଅଭିଯୁକ୍ତ ।

Advertisment

ଟଙ୍କା ପାଇଁ ଟିଉସନରୁ ଫେରିବାବେଳେ ପିହୁକୁ ଅପହରଣ କରିଥିଲେ ଦୁବୃର୍ତ । ଯୋଜନା ଅନୁଯାୟୀ ଭାଇ ଭାଇ ଲୁଗା ଦୋକାନ ପରିବାରର ସଦସ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୨କୋଟି ଟଙ୍କା ଅସୁଲ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଏବଂ ମୁଣ୍ଡପିଛା ୫୦ଲକ୍ଷ ଟଙ୍କା ଲେଖାଏଁ ଭାଗ ପାଇଁ ଯୋଜନା କରିଥିଲେ । ଯୋଜନକୁ କାର୍ଯ୍ୟକାରୀ କରିବା ପାଇଁ ଦେବଗଡ଼ର ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁକୁ ଟାର୍ଗେଟ୍ କରିଥିଲେ ।

ପୁରା ଘଟଣାର ମାଷ୍ଟରମାଇଣ୍ଡ ଥିଲା ନୂଆଗାଁର ହିମାଂଶୁ ନାରଙ୍ଗ । ଯେଉଁଥିରେ ଅନ୍ୟ ୩ ଅଭିଯୁକ୍ତ ସହଯୋଗ କରିଥିଲେ । ମାଷ୍ଟରମାଇଣ୍ଡ ସମେତ ୪ଜଣଙ୍କୁ ଗିରଫ କରିବା ସହ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାପାଇଁ ଏକାଧିକ ଥର ଅପହରଣ ଯୋଜନା କରିଥିଲେ ଗିରଫ ଅଭିଯୁକ୍ତ ।

ଗତ ୧୮ ତାରିଖରେ ପିହୁକୁ ଅପହରଣ କରାଯାଇଥିଲା । ହେଲେ ପୁଲିସର ବଡ଼ଧରଣର ଛାନଭିନ ପରେ ବଡ଼ଗାଁ ଥାନା ଭୋଇପାଲି ସର୍ଭିସ ରୋଡ ପୋଲ ନିକଟରେ ପିହୁକୁ ଛାଡ଼ି ପଳାଇଥିଲେ ଦୁର୍ବୃତ । ଆଉ ଅପହରଣର ୧୨ଘଂଟା ପରେ ଉଦ୍ଧାର ହୋଇଥିଲା କୁନି ଝିଅ ପିହୁ ।