କନକ ବ୍ୟୁରୋ: ଯାଜପୁର ବିଂଝାରପୁରର କୁନି ଝିଅ ପିହୁର ନିଖୋଜକୁ ୬ ମାସ ବିତିଗଲାଣି । ହେଲେ ଏଯାଏ ପିହୁର ପତ୍ତା ମିଳୁନି । ପୁଲିସ ଓ ଜିଲ୍ଲା ପ୍ରଶାସନଠାରୁ ନିରାଶ ହେବା ପରେ ପିହୁର ବାପା ମାଆ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଘର ଆଗରେ ଧାରଣା ଦେଇଛନ୍ତି । କୁନି ଝିଅ ପିହୁକୁ ଘରକୁ ଫେରାଇ ଆଣିବା ଦାବିରେ ପରିବାର ଲୋକ ମନ୍ତ୍ରୀଙ୍କ ଘର ଆଗରେ ବସିଛନ୍ତି ।
ଗତ ୪ ତାରିଖରେ ମଧ୍ୟ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଏହା ପରେ ଜିଲ୍ଲାପାଳ ଏସପିଙ୍କ ସହ ଆଲୋଚନା କରି ପିହୁକୁ ଖୋଜି ଆଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏସପି ମଧ୍ୟ ପରିବାର ଲୋକଙ୍କୁ ଭେଟି ଆଶ୍ୱସନା ଦେଇଥିଲେ । ହେଲେ ଏଯାଏ ପିହୁର ପତା ନମିଳିବାରୁ ମନ୍ତ୍ରୀଙ୍କ ଘର ଆଗରେ ଆଜି ପରିବାର ଲୋକ ଧାରଣା ଦେଇଛନ୍ତି ।
ଯାଜପୁର ବିଂଝାରପୁରର ଥାନା ମଧୁସୂଦନପୁର ଗାଁର ୨ ବର୍ଷର ଝିଅ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । କୁନି ଝିଅ ପିହୁ ଏବେ କେଉଁଠି? କେବେ ସେ ଘରକୁ ଫେରିବ? ଏମିତି ଅନେକ ପ୍ରଶ୍ନ ପଚାରୁଛନ୍ତି ପିହୁଙ୍କ ବାପା ମାଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/14-27.jpg)