ବଜାରକୁ ଆସିଲା ଶାନଦାର କୁଲର ! ବିନା ବିଜୁଳୀ ଏବଂ ପାଣିରେ ଚାଲିବ ୯ ଘଂଟା କାଳ, ଦାମ୍ ୭ ହଜାରରୁ ବି କମ୍

1,082

ଆରମ୍ଭ ହୋଇଗଲାଣୀ ଗ୍ରୀଷ୍ମର ପ୍ରକୋପ । ଏବେଠୁ କେଉଁଠି ତାପମାତ୍ର ୩୦ ଡେଇଁଲାଣି ତ ପୁଣି କେଉଁଠି ୪୦ରେ ପହଂଚିଲାଣି । ଆଉ ଏହା ସାଙ୍ଗକୁ ବିଦ୍ୟୁତ୍ କାଟ୍ ଭଳି ସମସ୍ୟା ଲୋକଙ୍କର କଷ୍ଟକୁ ଦ୍ୱିଗୁଣିତ କରିପକାଉଛି । ଗରମ ଦାଉଁରୁ ବର୍ତିବା ପାଇଁ ଲୋକେ ଏସି , କୁଲର ଆଦିର ବହୁତ ମାତ୍ରାରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଏସି ପାଇଁ ଅଧିକ ବିଜୁଳୀ ଖର୍ଚ୍ଚ ହେଉଥିବା ବେଳେ କୁଲର ପାଇଁ ପାଣିର ଆବଶ୍ୟକତା ଅଧିକ ପଡିଥାଏ । ଏଭଳି ପରିସ୍ଥିତିରେ ଯେଉଁ ଘର ମାନଙ୍କରେ ପାଣିର ଅଭାବ ରହିଛି ସେମାନଙ୍କ ପାଇଁ କୁଲର ବ୍ୟବହାର କରିବା ଅତ୍ୟକ୍ତ କଷ୍ଟକର ହୋଇପଡିଥାଏ ।

ଲୋକଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପିଜନ ନାମକ କଂପାନୀ ଏଭଳି ଏକ କୁଲର ଡିଜାଇନ୍ କରିଛି , ଯେଉଁଥିରେ ଉଭୟ ପାଣି ଏବଂ ବିଜୁଳୀ ଦୁଇଟି ଯାକକୁ ଆପଣ ସେଭିଂ କରିପାରିବେ । ତେବେ ଏହି କୁଲରର ନାଁ ରହିଛି pigeon ubercool । ଏହାର ଅନଲାଇନ ପ୍ରାଇସ୍ ୭ ହଜାର ଟଙ୍କାଠାରୁ ବି କମ । ବଡ କଥା ହେଲା ଏହି କୁଲରଟି ଏକ ରିଚାର୍ଜବୁଲ ବ୍ୟାଟେରୀ ଯୁକ୍ତ କୁଲର । ଏହି କୁଲରର ଫୁଲ ସାଇଜ ହେଉଛି ଏକ ଟେବୁଲ ଫ୍ୟାନ୍ ଭଳି , ଯେଉଁଥିରେ ଅଢେଇ ଲିଟର ୱ୍ୱାଟର ଟ୍ୟାଙ୍କ ମଧ୍ୟ ଦିଆଯାଇଛି । ଏଥିରେ ଇନ ବିଲ୍ଡ ରିଚାର୍ଜେବୁଲ ବ୍ୟାଟେରୀ ଦିଆଯାଇଛି, ଯାହାକି ୫ ଘଂଟାରେ ଫୁଲ ଚାର୍ଜ ହୋଇ ୯ ଘଂଟା କାଳ ବ୍ୟାକ୍ ଅପ ରଖିଥାଏ । ଅର୍ଥାତ୍ ବିନା ବିଜୁଳୀରେ ବି ଆପଣ ଏହି କୁଲରକୁ ଆପଣ ସାରା ରାତି ଚଳାଇ ପାରିବେ ।

ସେହିଭଳି ଏହାକୁ କନଂଟ୍ରୋଲ କରିବା ପାଇଁ ରିମୋଟ୍ ମଧ୍ୟ ଦିଆଯାଇଛି । ଏଥିରେ ରେଡିଏଂଟ ଏଲଇଡି ଲାଇଟ୍ ବି ଦିଆଯାଇଛି । ଯାହାକି ଏକ ଲ୍ୟାମ୍ପ ଭଳି କାମ କରିବ । ତେବେ କଂପାନୀ ଏହା ଉପରେ ୧ ବର୍ଷର ଗ୍ୟାରେଂଟି ଦେଉଛି । ଏହି କୁଲର ୩ସ୍ପିଡ ମୋଡ ସହିତ ଆସିଥାଏ ଏବଂ ୨୦୦ ସ୍କୋୟାର ଫୁଟ୍ ବାଲା ରୁମକୁ ଥଣ୍ଡା କରିବାରେ ସକ୍ଷମ ରଖିଥାଏ ଏହି ବ୍ୟାଟେରୀ ଯୁକ୍ତ କୁଲରଟି । ତେବେ ଏହାକୁ ଆପଣ ଫୋଲ୍ଡି କରି ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ନେବା ଆଣିବା ମଧ୍ୟ ଅତି ସହଜରେ କରିପାରିବେ ।