ପୁନେର ଜଣେ ବ୍ୟକ୍ତିଙ୍କୁ ବର୍ଗରରେ କାଚ ଖଣ୍ଡ ମିଳିଲା, ଯଦ୍ୱାରା ତାଙ୍କ ମୁହଁ ରକ୍ତାକ୍ତ ହୋଇଯାଇଛି । ସୂଚନା ମୁତାବକ, ତାଙ୍କ ଗଳାରେ ଗଭୀର କ୍ଷତ ହୋଇଛି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
୩୧ ବର୍ଷୀୟ ସାଜିଦ୍ ପଠାନ ନିଜ ସାଙ୍ଗମାନଙ୍କ ସହ ‘ବର୍ଗର କିଙ୍ଗ’କୁ ଯାଇଥିଲେ । ଯେତେବେଳେ ସେ ବର୍ଗର ଖାଇଲେ, ତାଙ୍କ ଗଳାରେ ଲାଗିଗଲା । ଥୁକିବା ପରେ ମୁର୍ହରୁ ରକ୍ତ ବାହାରିବା ସହିତ କାଚ କଣ୍ଡ ମଧ୍ୟ ବାହାରିଲା । ସାଜିଦ୍ ଓ ତାଙ୍କ ସାଙ୍ଗ ବର୍ଗରରେ କାଚ ଖଣ୍ଡ ପାଇ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ସେମାନେ ବର୍ଗର କିଙ୍ଗ ଓ ତା’ କର୍ମଚାରୀ ବିରୁଦ୍ଧରେ ପୁଲିସରେ ଅଭିଯୋଗ ଦାଖଲ କଲେ । ଏହି ଘଟଣା ପରେ କମ୍ପାନୀର ପାଲଟା ଅଭିଯୋଗ, “ଦୋକାନକୁ ବଦନାମ କରିବାକୁ ଚେଷ୍ଟା ଓ ଟଙ୍କା ହଡପ କରିବାକୁ ଯୋଜନା । ଅଭିଯୋଗକାରୀ ଜାଣି ଶୁଣି କାଚ ମିଶାଇଥିଲେ ।"
Follow Us
/kanak/media/post_attachments/wp-content/uploads/2019/05/4YOKZOHMSQZ2FMGKCVLOX5GQNA-300x169.jpg)