ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ପ୍ରଥମ ଦୃଶ୍ୟ । ଗର୍ଭଗୃହରେ ଦୁଇଟି ଫଟୋ ପୋଷ୍ଟ କରି କାର୍ଯ୍ୟକ୍ରମର ସୂଚନା ଦେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ

221

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋରେ ପ୍ରଭୁ ରାମଲାଲା ବିରାଜମାନ ହେବାକୁ ଥିବା ସିଂହାସନ ସମେତ ଗର୍ଭଗୃହ ଭିତରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ଦୁଇଟି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଂଟରେ ସେୟାର କରିଛନ୍ତି । ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।