କଟକଣା ଭିତରେ ଦେଶର ବିଭିନ୍ନ ସ୍ଥାନରୁ ଆସିଲା ପୂଜାର ଚିତ୍ର । କୋଲକାତାରେ ଆକର୍ଷଣୀୟ କୁଆଁରୀ ପୂଜା, ମହୀଶୂର ପ୍ୟାଲେସରେ ରୀତିନୀତିରେ ହେଲା ଦେବୀଙ୍କ ଆରାଧନା । ଏପଟେ ପଶ୍ଚିମବଙ୍ଗରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷାମନ୍ତ୍ରୀ

Advertisment
କଟକଣା ଭିତରେ ଦେଶର ବିଭିନ୍ନ ସ୍ଥାନରୁ ଆସିଲା ପୂଜାର ଚିତ୍ର । କୋଲକାତାରେ ଆକର୍ଷଣୀୟ କୁଆଁରୀ ପୂଜା, ମହୀଶୂର ପ୍ୟାଲେସରେ ରୀତିନୀତିରେ ହେଲା ଦେବୀଙ୍କ ଆରାଧନା । ଏପଟେ ପଶ୍ଚିମବଙ୍ଗରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷାମନ୍ତ୍ରୀ

କନକ ବ୍ୟୁରୋ : ବିଜୟା ଦଶମୀ ଅବସରରେ ଚୀନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଜବାବ । ଶସ୍ତ୍ରପୂଜା କରିବା ଅବସରରେ ରାଜନାଥ ସିଂ କହିଛନ୍ତି, ଚୀନ ସହ ଉତେଜନା କମ କରିବା ଓ ସଂପୃକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି । ହେଲେ ବିଭିନ୍ନ ସମୟରେ ଚୀନ ସେନା ନିୟମ ଉଲଂଘନ କରୁଛନ୍ତି । ତେବେ ଭାରତୀୟ ସେନା ଭାରତର ଗୋଟିଏ ଇଂଚ ଜମିକୁ କାହାକୁ ଦଖଲ କରିବାକୁ ଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ।

ଗଲୱାନରେ ଚୀନ ସେନାର ବିଶ୍ୱାସଘାତ କରିବା ପ୍ରସଙ୍ଗ ଉଠାଇ ରାଜନାଥ କହିଛନ୍ତି, କିଛି ଦିନ ତଳେ ଭାରତ ଚୀନ ସୀମାରେ ଆମ ଦେଶର ଯବାନମାନେ ଯେଉଁ ସାହାସିକତା ପ୍ରଦର୍ଶନ କରିଛନ୍ତି, ଭବିଷ୍ୟତରେ ଯେତେବେଳେ ଇତିହାସ ଲେଖାଯିବ ସେତେବେଳେ ଭାରତୀୟ ସେନାର ବୀରତ୍ୱ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ ।  ବିଜୟାଦଶମୀ ପାଇଁ ରାଜନାଥ ସିଂ  ଏବେ ପଶ୍ଚିମବଙ୍ଗ ଓ ସିକ୍କିମ ଗସ୍ତରେ ଅଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗର ଦାର୍ଜିଲିଙ୍ଗ ସୁକମା ଯୁଦ୍ଧ ସ୍ମାରକୀରେ ସେନାମୁଖ୍ୟଙ୍କ ସହ ମିଶି ରାଜନାଥ ଏହି  ଶସ୍ତ୍ର ପୂଜା କରିଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe