କନକ ବ୍ୟୁରୋ: ୩୫ ସେକେଣ୍ଡେର ଭିଡିଓ, ଆଖି ପିଛୁଳାକେ ଅଘଟଣ । ପାଣିରେ ଚାଲିଗଲା ଅନେକ ଜୀବନ । ସାମନାକୁ ଆସିଛି ଗୁଜୁରାଟ ମୌରବୀ ଝୁଲାପୋଲ ଦୁର୍ଘଟଣାର ସିସିଟିଭି ଫୁଟେଜ୍ । ପୋଲ ଛିିଡିବା ଠିକ୍ ପୂର୍ବରୁ ସେଠାରେ ଲୋକେ କ’ଣ କରୁଥିଲେ. ପୋଲ ଉପରେ କ’ଣ ସ୍ଥିତି ଥିଲା ସିସିଟିଭିରେ କଏଦ ହୋଇଥିବା ଏସବୁର ଛବି ଏବେ ସାମନାକୁ ଆସିଛି ।

Advertisment

୩୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲ ଛିଡିବା ଠିକ୍ ଆଗରୁ ଏହା ଉପରେ ଭିଡ ଥିଲା ଅନେକ ସେଲ୍ଫି ନେଉଥିଲେ ଆଉ କିଛି ଲୋକେ ଏହା ଉପରେ ମୌଜମସ୍ତି କରୁଥିଲେ । ବ୍ରିଜ୍ ହଲୁଥିବାର ଦେଖିବାକୁ ମିଳିଛି ।

 ଏହି ଘଟଣାରେ ମୃତ୍ୟୁ ସଂଖ୍ୟ ୧୪୧କୁ ବୃଦ୍ଧି ପାଇଛି । ତେବେ ଆସନ୍ତୁ ଜାଣିବା ଏହି ପୋଲ ଉପରେ କିଛି ବିଶେଷ ତଥ୍ୟ:

- ଗତକାଲି ସଂଧ୍ୟା ୬ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା

- ପୋଲର କ୍ଷମତା ୧୦୦, ଏକାଠି ହୋଇଥିଲେ ୪ ଶହ ଲୋକ

- ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ବିରୋଧରେ ହତ୍ୟା ମାମଲା ରୁଜୁ

- ଡ୍ରୋନ୍ ସାହାଯ୍ୟରେ ନଦୀରେ ବୁଡ଼ି ଯାଇଥିବା ଲୋକଙ୍କୁ ଖୋଜା ଚାଲିଛି

- ଘଟଣାସ୍ଥଳରେ ୪୦ ଡାକ୍ତରୀ ଟିମ୍ ମୁତୟନ ଅଛନ୍ତି

- ପାଖାପାଖି ୩୦ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ରଖାଯାଇଛି

- ଏହି ବ୍ରିଜ୍ ୧୪୦ ବର୍ଷ ପୁରୁଣା ବୋଲି କୁହାଯାଉଛି

- ବ୍ରିଟିଶ ଶାସନ ସମୟରେ ପୋଲ ନିର୍ମାଣ କରାଯାଇଥିଲା

- ୭ ମାସ ହେବ ବନ୍ଦ ଥିବା ପୋଲି ତିନି ଦିନ ତଳେ ଖୋଲିଥିଲା

- ବିନା ଫିଟ୍ନେସ୍ ସାର୍ଟିଫିକେଟ୍ରେ ବ୍ରିଜ୍ ଖୋଲାଯାଇଥିଲା