କନକ ବ୍ୟୁରୋ: ଘରକୁ ବାହୁଡି ଆସୁଛି ଶ୍ରମିକ, ଯେତେବେଳେ ଜୀବିକା ଚାଲି ଯାଉଛି, ଆଉ ଜୀବନ ସଂକଟରେ, ସେତେବେଳେ ପରିବାର ପାଖକୁ ଫେରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ହେଲେ ନିଜ ମା’ ମାଟିର କୋଳକୁ ଫେରିବା ବାଟରେ ବି କଂଟା ହୋଇ ଠିଆ ହୋଇଛି କରୋନା । ବାହାର ରାଜ୍ୟରୁ ଫେରୁଥିବାରୁ ନିଜ ରାଜ୍ୟର ସୀମାରେ ଯାଂଚ ପାଇଁ ଡେରା ପକାଇଛି ପ୍ରଶାସନ । ଆଉ ଖରାରେ ଧାଡ଼ି ବାନ୍ଧି ଅପେକ୍ଷା କରିବାକୁ ପଡୁଛି ।
ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ପାଇଁ ସୀମାନ୍ତ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
- ଶ୍ରମିକଙ୍କ ପଞ୍ଜିକରଣ ସହ ୨୪ ଘଂଟା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର କର୍ମଚାରୀ ତତ୍ପର
- ଶ୍ରମିକ, ଆର୍ଟିପିଆର୍ ଟେଷ୍ଟ କିମ୍ବା ଟିକା ନେଇଛନ୍ତି କି ଯାଂଚ କରାଯାଉଛି
- ଟେଷ୍ଟ କିମ୍ବା ଟିକା ହୋଇନଥିଲେ ଶ୍ରମିକଙ୍କଠାରୁ ଏକ ଅଣ୍ଡରଟେକିଂ ରଖାଯାଉଛି
- ଘରକୁ ଯାଇ ୭ ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି
- ପ୍ରଥମେ ଥର୍ମାଲ ସ୍କ୍ରିନିଂ ପରେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କରାଯାଉଛି
- ତାପମାତ୍ରା ଥିଲେ ଶ୍ରମିକଙ୍କ ଆଂଟିଜେନ ଟେଷ୍ଟ କରାଯାଉଛି
କରେନା ଫେରିଛି, ଆଉ ତା ସହ ଗତବର୍ଷର ଦୃଶ୍ୟର ପୁନରାବୃତି ଘଟୁଛି । ମାଲକାନଗିରି ଜିଲ୍ଲା ମୋଟୁ ସୀମାର ଚେକ୍ ପଏଂଟ ଦେଇ ଶ୍ରମିକ ଘରକୁ ଫେରୁଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋଟୁ ସୀମା ଦେଇ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକରୁ ପ୍ରତି ଦିନ ୫୦୦ରୁ ଅଧିକ ପ୍ରବାସୀ ଓଡିଶା ସୀମା ଭିତରକୁ ପ୍ରବେଶ କରୁଛନ୍ତି ।