ସିଏଏ ଅର୍ଥାତ୍ ୨୦୧୯ ନାଗରିକତା ସଂଶୋଧନ ବିଲ ପାଇଁ ଭାରତରେ ଜୋରଦାର୍ ବିରୋଧ ପ୍ରଦର୍ଶନ ଚାଲିଛି । ଜନତା ପ୍ରତିବାଦର ନିଅାଁରେ ରାସ୍ତାକୁ ଓହ୍ଲାଉଛନ୍ତି । କେହି ବୋର୍ଡ ଧରି ବିରୋଧ କରୁଛି ତ ଆଉ କିଏ ନାରାବାଜି କରି ବିରୋଧ କରୁଛି । କିଛି ସ୍ଥାନରେ ପୁଲିସ ଉପରେ ଦୋଷ ଦିଆଯାଉଛି ତ ଆଉ କେହି ଛାତ୍ରଛାତ୍ରୀମାନଙ୍କୁ ଦୋଷ ଦେଉଛନ୍ତି । କିନ୍ତୁ ଏହି ଭିତରେ ସୋସିଆଲ୍ ମିଡିଆରେ ଏଭଳି ଏକ ଫଟୋ ସେୟାର୍ ହେଉଛି ଯାହାକୁ ଦେଖି ଆପଣ ମଧ୍ୟ ସ୍ମିତହାସ୍ୟଟିଏ ଦେବେ ।
Make this viral. pic.twitter.com/binxgV6HuC
— Gabbbar (@GabbbarSingh) December 19, 2019
ନାଗରିକତା ସଂଶୋଧନ ବିଲ୍ ବିରୋଧ ସମୟରେ ଜଣେ ଯୁବତୀ ଅଚାନକ ଡ୍ୟୁଟିରେ ଥିବା ଜଣେ ପୁଲିସକର୍ମୀଙ୍କୁ ଫୁଲ ଦେଉଥିବାର ନଜର ଆସିଥିଲେ । ଏହି ଫଟୋରେ ପୁଲିସକର୍ମୀ ଯୁବତୀଙ୍କ ଆଡକୁ ହସି ଡ୍ୟୁଟି କାରଣରୁ ଫୁଲ ଗ୍ରହଣ ନ କରିପାରିବା କଥା ମଧ୍ୟ ଜଣାଇଥିବା କଥା କୁହାଯାଉଛି । ଯୁବତୀ ଜଣକ ହାତରେ ଯେଉଁ ବୋର୍ଡ ଧରିଛନ୍ତି ସେଥିରେ ଲେଖା ହୋଇଛି ଯେ, “ସମସ୍ତେ ଭାବୁଛନ୍ତି ମୁଁ ଇତିହାସ ପଢୁଛି କିନ୍ତୁ ମୁଁ ଏଠାରେ ଇତିହାସ ରଚୁଛି’ । ଫଟୋରେ ପାଖରେ ଠିଆ ହୋଇଥିବା ଅନ୍ୟ ୩ ପୋଲିସ୍ କର୍ମୀ ମଧ୍ୟ ଏହି ସମୟରେ ସ୍ମିତହାସ୍ୟ ଦେଇଥିବା ନଜର ଆସିଥିଲେ । ତେବେ ଲୋକେ ଏହି ଫଟୋକୁ ଦେଖି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଜୋରଧାର୍ ବିରୋଧ ଏବଂ ମାରପିଟ୍ ମଧ୍ୟରେ ଏଭଳି ସ୍ନେହଭରା ଫଟୋଟି ସମସ୍ତଙ୍କ ଗହଣରେ ପ୍ରଶଂସା ସାଉଁଟୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/dfrf.png)