କନକ ବ୍ୟୁରୋ: ସାମନାକୁ ଆସିଲା ମୋଦି ଉଠାଇଥିବା ଚିତାର ୪ଟି ଚିତ୍ର । ନାମିବ୍ୟାରୁ ଆସିଥିବା ୮ ଚିତା ବାଘ ଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ସଂରକ୍ଷିତ ଅଭୟାରଣ୍ୟରେ ଛାଡ଼ିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଜନ୍ମ ଦିବସରେ ଚିତା ପ୍ରୋଜେକ୍ଟ ଜରିଆରେ ଏହି ଚିତା ସବୁ ଆସିଥିବା ବେଳେ ଦୀର୍ଘବର୍ଷ ପରେ ଭାରତ ମାଟିରେ ଦୌଡିଛି ଚିତା ବାଘ । ଅଭୟାରଣ୍ୟରେ ଛଡାଯିବା ପରେ ଚିତା ବାଘକୁ ଦେଖି ଅତ୍ୟନ୍ତ ଭାବ ବିହ୍ୱଳ ହୋଇପଡ଼ିଥିଲେ ମୋଦୀ । ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ପାଲଟିଯାଇଥିଲେ ଜଣେ ପ୍ରଫେସନାଲ ଫଟୋଗ୍ରାଫର । ଚିତା ବାଘର ବିଭିନ୍ନ ଚିତ୍ର ନିଜ କ୍ୟାମେରା ଲେନ୍ସରେ କଏଦ କରିଥିଲେ । ଆଉ ଏହି ଫଟୋ ମଧ୍ୟରୁ ଏବେ କିଛି ଫଟୋ ସାମନାକୁ ଆସିଛି ।