ଘର ଓଡିଶାରେ…ପରୀକ୍ଷା ଦେଉଛନ୍ତି ଛତିଶଗଡରେ । ମାଲକାନଗିରି ଜିଲ୍ଲାରୁ ଆସିଲା ଚିତ୍ର

136

କନକ ବ୍ୟୁରୋ : ଘର ଓଡ଼ିଶାରେ, ପିଲା ପରୀକ୍ଷା ଦେଉଛନ୍ତି ଛତିଶଗଡ଼ରେ । ମାଲାକାନଗିରି ଜିଲ୍ଲାରୁ ଆସିଛି ଏଭଳି ଚିତ୍ର । ଗାଁରେ ନେଟୱାକ୍ ନଥିବାରୁ ପରୀକ୍ଷା ଦେବାକୁ ପିଲା ହେଉଛନ୍ତି ହଇରାଣ । ଆଉ ନେଟୱାକ୍ ପାଇଁ ୪ କିଲୋମିଟର ବାଟ ଚାଲିଛନ୍ତି ଛାତ୍ରଛାତ୍ରୀ । ଶେଷରେ ଗଛ ମୂଳେ ବସି ଛତିଶଗଡ଼ ନେଟୱାକରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।

ପଡ଼ିଆ ବ୍ଲକ ମାଟେରୁ ଏସଏସଡି ଉଚ୍ଚ ବିଦ୍ୟାଳୟର ପିଲାମାନେ ନେଟୱାକ୍ ନଥିବାରୁ ପରୀକ୍ଷା ଦେବାକୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ଶିକ୍ଷା ଆରମ୍ଭ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ରେ ହୋଇଥିବା ଶିକ୍ଷାମାନ ଯାଂଚ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁୁ ହଇରାଣ ହେବାକୁ ପଡ଼ିଛି ।