କନକ ବ୍ୟୁରୋ : କାମ ଦେଲା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚତେନତା । ଦ୍ୱିତୀୟ ଡୋଜ ଟିକା ନ ନେଲେ ସରକାରୀ ଯୋଜନାରୁ ବଂଚିତ ହେବ ବୋଲି ପ୍ରଶାସନ ଚେତାବନୀ ଦେବା ପରେ ଲୋକେ ଟିକା ନେବାକୁ ଆଗେଇ ଆସିଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ସ୍ଥିତି ଦେଖାଦେଇଛି ।
କୁଚିଣ୍ଡା ତଥା ଆଖାପାଖ ଅଂଚଳର ଅନେକ ଲୋକ ପ୍ରଥମ ଡୋଜ ଟିକା ଦେବାର ୮୪ ଦିନ ପରେ ବି ଦ୍ୱିତୀୟ ଡୋଜ ଟିକା ନେବାକୁ ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ଗୋବିନ୍ଦପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ନିଷ୍ପତ୍ତି ନେଇଥିଲେ । ଟିକା ନ ଦେଲେ ହିତାଧିକାରୀ ସରକାରୀ ସୁବିଧାର ବଂଚିତ ହେବେ ବୋଲି ଡାକିବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା । ଏହା ପରେ ଲୋକେ ଟିକା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରର ଏହି ଚିତ୍ର ବୟାନ କରୁଛି ଲୋକେ ଟିକା ନେବା ପାଇଁ କେତେ ଆଗ୍ରହୀ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/11-16.jpg)