କନକ ବ୍ୟୁରୋ: ଘନ କୁହୁଡ଼ି ହେଲା କାଳ । ସୁବର୍ଣ୍ଣପୁର ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ କଦମତଲ ନିକଟରେ ଟ୍ରକକୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍ । ଦୁର୍ଘଟଣାରେ ୯ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

Advertisment

ଛିଡ଼ା ହୋଇଥିବା ଟ୍ରକ ପଛକୁ ଟ୍ରକ ପିଟିଥିବା ବେଳେ ସେହି ଟ୍ରକକୁ ବସ୍ ପଛପଟୁ ଧକ୍କା ଦେଇଥିବା ସୂଚନା ରହିଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ , ସୁବର୍ଣ୍ଣପୁର ସହରରର କମ୍ପ୍ୟୁଟର ଏକାଡେମୀର ଛାତ୍ରଛାତୀମାନେ କୋରାପୁଟ ଜିଲ୍ଲା ଦେଓମାଳିକୁ ଭୋଜି କରିବାକୁ ଯାଇଥିଲେ । ଆଜି ସକାଳୁ ଫେରିବା ବେଳେ ଏଭଳି ଘଟିଛି ।