କନକ ବ୍ୟୁରୋ : ବାଲିଗୁଡାକୁ ଆସିଲା ଏକ ବଡ ଦୁର୍ଘଟଣାର ଖବର । ବ୍ରାହ୍ମଣୀଗାଁ ଥାନା ମାହାକୁଡି ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପର୍ଯ୍ୟଟକ ବସ୍ ଓଲଟି ୨୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ୨ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଛି । ଆହାତଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଆଧାରରେ ପଶ୍ଚିମବଙ୍ଗରୁ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ ପର୍ଯ୍ୟଟକ । ଦାରିଙ୍ଗବାଡିରୁ ଗଜପତି ଯିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।