କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ଗାଁ ନିକଟରେ ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ଏକ ଭିକଅପ ଭ୍ୟାନ ଓଲଟି ପଡିଛି । ଏଥିରେ ଦୁଇ ମହିଳା ଭକ୍ତ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିିଛି । ପ୍ରାୟ ୨୦ରୁ ଅଧିକ ଭକ୍ତ ମୟୁରଭଞ୍ଜ ଖିଚିଙ୍ଗ ମନ୍ଦିରକୁ ପାଣି ଢାଳିବାକୁ ଯାଇଥିଲେ । ଆଉ ମନ୍ଦିରରେ ପୂଜାର୍ଚ୍ଚନା ପରେ ଘରକୁ ଫେରୁଥିଲେ । କରମଙ୍ଗି ଗାଁ ନିକଟରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ରାସ୍ତାତଳ ଚାଷଜମିକୁ ଓଲଟି ପଡିଥିଲ । ତେବେ ଏଥିରେ କୌଣସି ବଡଧରଣର କ୍ଷୟକ୍ଷତି ହୋଇନାହିଁ ।

Advertisment