କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳ ଗୋଟିଏ ମେଣ୍ଟରେ ଲଢିବେ । ଏହି ବିରୋଧୀ ମେଣ୍ଟର ନାଁ ରଖାଯାଇଛି ଇଣ୍ଡିଆ ବା ଇଣ୍ଡିଆନ୍ ନେସନାଲ ଡେଭଲପମେଣ୍ଟାଲ ଇନକ୍ଲୁଜିଭ୍ ଆଲିଆନ୍ସ । ମେଣ୍ଟର ଏହି ଇଣ୍ଡିଆ ନାଁକୁ ନେଇ ଜୋର ଧରିଛି ରାଜନୀତି । ବିରୋଧୀ ଦଳମାନେ ଏହାକୁ ଟିମ୍ ଇଣ୍ଡିଆ କହୁଥିବା ବେଳେ ବିଜେପି ନେତାମାନେ ବିରୋଧୀ ଦଳଙ୍କ ଦେବାଳିଆ ମାନସିକତା ବୋଲି କହିଛନ୍ତି ।

Advertisment

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ବ୍ରିଟିଶ ଶାସକ ଆମର ନାଁ ଇଣ୍ଡିଆ ରଖିଥିଲେ । କଂଗ୍ରେସ ଏହାକୁ ଠିକ୍ ବୋଲି ଗ୍ରହଣ କରିଛି । ଇଣ୍ଡିଆକୁ ବିଦେଶରେ ଲଗାତର ବଦନାମ କରି ଚାଲିଥିବା ବିରୋଧୀ ଦଳମାନେ ଏବେ ଇଣ୍ଡିଆ ନାଁର ସାହାର ନେବାକୁ ଚାହୁଁଛନ୍ତି । ଏହାର ଜବାବରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ବିରୋଧୀ ଦଳ ମେଣ୍ଟର ନାଁକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଏବାବଦରେ ବିଭ୍ରାନ୍ତ ସୃଷ୍ଟି କରୁଛି ବିଜେପି । ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବେଙ୍ଗାଲୁରରେ ବିରୋଧୀ ବୈଠକ ଶେଷ ହେବା ପରେ ବିରୋଧୀ ମେଂଟର ନାଁ ଇଣ୍ଡିଆ ରଖାଯାଇଛି ବୋଲି ଘୋଷଣା କରିଥିଲେ ।