ରାଜଧାନୀରେ କଟକଣା ଭିତରେ ହୋଲି ପାଳିବାକୁ ସଚେତନ କଲା କମିଶନରେଟ ପୋଲିସ । ମାଷ୍ଟରକ୍ୟାଂଟିନ ଛକରୁ ଆରମ୍ଭ ହେଲା ପିକେଟିଂ ।

126

କନକ ବ୍ୟୁରୋ: ଆଜି ରଙ୍ଗର ପର୍ବ ହୋଲି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ଲୋକମାନେ ହୋଲି ପାଳନ କରୁଥିବା ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ମାଷ୍ଟର କ୍ୟାଂଟିନ ଛକରୁ ପିକେଟିଂ ଆରମ୍ଭ କରିଛି ପୋଲିସ । ଡିସିପି, ଏଡିପିସି, ଏସିପି, ଆଇଆଇସି ଓ ଷ୍ଟ୍ରାଇକିଙ୍ଗ ଫୋର୍ସକୁ ନେଇ ପିକେଟିଂ କରୁଛି ପୋଲିସ । ଅମାନିଆଙ୍କୁ ସାବାଡ କରିବା ସହ ଲୋକଙ୍କୁ ସଚେତନ କରାଯାଉଛି । କେବଳ ସେତିକି ନୁହେଁ ଘର ଭିତରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଉଛନ୍ତି ପୋଲିସ ।
ଏଥର କୋଭିଡ କଟକଣା ଭିତରେ ହୋଲି ପାଳନ ହେଉଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । କେବଳ ଘର ଭିତରେ ରହି ହୋଲି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅର୍ଥାତ ପରିବାର ଭିତରେ ରୁହନ୍ତୁ ଓ ଆଉ ନିରାପଦରେ ହୋଲି ପାଳନ କରନ୍ତୁ । ରାଜଧାନୀରେ ହୋଲି ପାଳନ ବେଳେ କଡା ନଜର ରଖିବାକୁ ନିଷ୍ପତି କରିଛି କମିଶନରେଟ ପୁଲିସ । ଯାହାର ପ୍ରଭାବ ଆଜି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ସକାଳୁ ରାଜଧାନୀ ଭୁବନେଶ୍ୱର ରାସ୍ତାଘାଟ ଖାଲି ଖାଲି ଦେଖାଯାଉଛି ।