ପ୍ରାଣ ନେଇଗଲା ପିକଅପ୍ ଭ୍ୟାନ୍ । ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷରୁ ଶିଶୁ ପୁତ୍ର, ଚଢିଗଲା ପିକଅପ୍ ଭ୍ୟାନ୍ ।

Advertisment
୩୦ ଫୁଟ୍ ତଳକୁ ଖସିଲା ବରଯାତ୍ରୀ ଗାଡି, ୮ ଗୁରୁତର । ସମସ୍ତ ଗୁରୁତରଙ୍କୁ ବଣେଇ ଓ ଆରଜିଏଚ୍ ସ୍ଥାନାନ୍ତର ।

କନକ ବ୍ୟୁରୋ : ରାୟଗଡ଼ା ସହରର ଜଗନ୍ନାଥ ସାହି ନିକଟରେ ଆଜି ସଂଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନ ଧକ୍କାରେ ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଓ ସଂପର୍କୀୟ ଲୋକ ରାୟଗଡ଼ା-ବିଶାଖାପାଟଣା ରାଜପଥ ଅବରୋଧ କରିଛନ୍ତି। ରାତି ୯ଟା ପର୍ଯ୍ୟନ୍ତ ରାଜପଥ ଅବରୋଧ ରହିଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।

ଜଗନ୍ନାଥ ସାହିର ସନ୍ତୋଷ ବେହେରାଙ୍କ ପୁଅ ବଜରଙ୍ଗୀ ବେହେରା ଘର ପାଖ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ ପଛ ପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରରେ ବଜରଙ୍ଗୀଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବଜରଙ୍ଗୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ରାଜପଥ ଅବରୋଧ କରିଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ବେପାରୁଆ ଗାଡ଼ି ଚାଳନାକୁ ନେଇ ଲୋକ ତାତି ଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇ ପଡିଥିଲା।

ଉଚିତ୍ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ସାହି ବାସିନ୍ଦା ଅଡ଼ି ବସଥିବାରୁ ରାଜପଥ ଦେଇ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ‌ସମେତ ଅନ୍ୟ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ ସମେତ ଡ୍ରାଇଭରକୁ ପୁଲିସ୍ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe