୩୫୦୦ ଟଙ୍କାରେ ମିଳିବ ଲାପଟପ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ନାମିଦାମୀ କମ୍ପାନୀର ଲାପଟପ ଦେଉଛନ୍ତି କେନ୍ଦ୍ର ସରକାର , ଜାଣନ୍ତୁ କଣ ରହିଛି ପୂରା ଘଟଣା

2,086

କନକ ବ୍ୟୁରୋ : ମାତ୍ର ୩ ହଜାର ୫ ଶହ ଟଙ୍କାରେ ଅଷ୍ଟମ ଶ୍ରେଣୀଙ୍କ ପିଲାଙ୍କୁ ମିଳୁଛି ଲାପଟପ୍ ? ଏମିତି ଖବର ପ୍ରଚାରିତ ହେବା ପରେ ଘଟଣାର ସତାସତ୍ୟକୁ ନେଇ ଜୋରସୋରରେ ଚର୍ଚ୍ଚ ଚାଲିଲା । ତେବେ କିଛି ଦିନ ହେବ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ଯେ ଅନଲାଇନ କ୍ଲାସ ପାଇଁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ମାତ୍ର ୩,୫୦୦ ଟଙ୍କାରେ ଲାପଟପ ଯୋଗାଇବ । ତେବେ ଏହି ଖବରକୁ ପିଆଇବି ମିଥ୍ୟା ବୋଲି ଦାବି କରିଛି ।

୩୫୦୦ ଟଙ୍କାରେ ମିଳୁଛି ଲାପଟପ ?
ଲାପଟପ ପାଇବେ ଅଷ୍ଟମ ଶ୍ରେଣୀ ପିଲା !

କ’ଣ ରହିଛି ସତ୍ୟତା?

ପିଆଇବି ଏହି ବିଜ୍ଞାପନକୁ ଭୁଲ ବୋଲି ଦର୍ଶାଇଛି । ପିଆଇବି ଫ୍ୟାକ୍ଟ ଚେକ୍ କହିଛି ଯେ, ଏମସିଏ କୋଭିଡ ୧୯ ପାଇଁ ଲାପଟପ ପ୍ରଦାନ କରୁ ନାହିଁ । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଏହି ଭାଇରାଲ ଖବର ଗୁଜବ ବୋଲି ।

ଭାଇରାଲ ଖବରରେ ଦାବି କରାଯାଉଛି ଯେ ୩, ୫୦୦ ଟଙ୍କାରେ ଲାପଟପ ନେବାର ଶେଷ ତାରିଖ ୨୫ ସେପ୍ଟେମ୍ବର । ଆବେଦନ କରିବାର ୩୦ ଦିନ ମଧ୍ୟରେ ଲାପଟପ ପ୍ରଦାନ କରାଯିବ । ଏହି ଲାପଟପ ଲାଭା, ଲେନେଭୋ ଓ ଏନଟିଏସ୍ କମ୍ପାନିର ବୋଲି କୁହାଯାଉଛି ।
ତେବେ ପିଆଇବି ଫ୍ୟାକ୍ଟ ଚେକ୍ ଏହି ଖବରକୁ ଟ୍ୱିଟରରେ ସେୟାର କରିବା ସହ ମିଥ୍ୟା ବୋଲି ଦର୍ଶାଇଛି । ତେବେ ଏହି ଖବର ପ୍ରତି ଲୋକମାନେ ବିଶ୍ୱାସ ନକରିବା ପାଇଁ ମଧ୍ୟ କୁହାଯାଇଛି ।

ଲାପଟପ ପାଇଁ କେଉଁ ପ୍ରମାଣପତ୍ର ଆବଶ୍ୟକ ?

ଏହି ନକଲି ବିଜ୍ଞାପନ ଅନୁସାରେ, ଲାପଟପ ଆବେଦନ କରିବାକୁ କିଛି ପ୍ରମାଣପତ୍ର ଆବଶ୍ୟକ । ଆଧାରକାର୍ଡ, ଫଟୋ, ଛାତ୍ରଙ୍କ ପରିଚୟ ପତ୍ର, ପିତାମାତାଙ୍କ ଆଧାରକାର୍ଡ, ଶିକ୍ଷକଙ୍କ ନାମ ଓ ଯୋଗାଯେ୍ଧଜ୍ଞ ନମ୍ବର ଆବଶ୍ୟକ ।

ତେବେ ଏହି ଖବରରେ କୌଣସି ସତାସତ୍ୟ ନଥିବା ଜଣାପଡିଛି । କିନ୍ତୁ ସୋସିଆଲ ମିଡିଆରେ ଏହି ଖବର ପ୍ରକାଶିତ ହେବା ପରେ ଅନେକ ଏହାକୁ କିଣିବାକୁ ବହୁ ଆଗ୍ରହ ଦେଖାଇଥିବା ଜଣାଯାଇଛି । କିନ୍ତୁ ୩ ହଜାର ୫ ଶହ ଟଙ୍କାରେ କୌଣସି ଲାପଟପ ଦିଆଯାଉନଥିବା ଜଣାଯାଇଛି । ତେଣୁ ଆପଣ ମଧ୍ୟ ଏପରି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ।