କନକ ବ୍ୟୁରୋ: ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ରାଜ୍ୟର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ଆସୁଛନ୍ତି କାଳିଆ ସାଆନ୍ତଙ୍କ ଭକ୍ତ । କୁହାଯାଏ କାଳିଆର ଡୋରି ଲାଗିଲେ ଭକ୍ତ ଆପେ ଆପେ ଚାଲିଆସେ ବଡ଼ଦାଣ୍ଡ । ସବୁ ବାଧାବିଘ୍ନ ଏଡାଇ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଚିଲିକା ନିକଟ କୁହୁଡ଼ି ଅଞ୍ଚଳରୁ ଆସିଛନ୍ତି ଛବି ବେହେରା । ଦିବ୍ୟାଙ୍ଗ ହେଲେ ବି କାଳିଆ ପ୍ରେମରେ ବିଭୋର ଛବି । ସେହିଭଳି ଆଉ ଜଣେ ଭକ୍ତ ହେଉଛନ୍ତି ମୟୂରଭଞ୍ଜର ନରେଶ ଶଙ୍କର ଲେଙ୍କା । ଖାଲି ପାଦରେ ଚାଲିଆସିଛନ୍ତି ଶ୍ରୀକ୍ଷେତ୍ର । ୧୬ ବର୍ଷ ହେଲା ଏମିତି ଚାଲି ଚାଲି ଆସୁଛନ୍ତି ନରେଶ । ତାଙ୍କୁ ଦେଖିଲେ ରାସ୍ତାରେ ଦଣ୍ଡେ ଛିଡା ହେଉଛନ୍ତି ବାଟୋଇ ।
ଲାଗିଛି କାଳିଆ ଡୋରି । ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ ଟିକି ଟିକି ପାଦରେ ଚାଲି ଚାଲି ଯାଉଛନ୍ତି ବାମନ ଭକ୍ତ ।
/kanak/media/post_attachments/wp-content/uploads/2024/07/devotee.jpg)