ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ପରିଶ୍ରମ କରି ସ୍ୱାଭିମାନର ସହ ବଞ୍ଚିବାର ପଣ କରିଛନ୍ତି ଗଞ୍ଜାମ ମଥୁରାର ପ୍ରକାଶ ପଲେଇ । ସାଇକେଲ ମରାମତି ଦୋକାନ କରି କରୁଛନ୍ତି ପରିବାର ପ୍ରତିପୋଷଣ ।

91

କନକ ବ୍ୟୁରୋ : ଦିବ୍ୟାଙ୍ଗ ବୋଲି ସେ ହାରି ଯାଇ ନାହାନ୍ତି, ଥକି ଯାଇ ନାହାନ୍ତି । କାହା ପାଖରେ ହାତ ପାତି ନାହାନ୍ତି । ନିଜେ ପରିଶ୍ରମ କରୁଛନ୍ତି ଆଉ ସ୍ୱାଭିମାନର ସହ ବଞ୍ଚୁଛନ୍ତି । ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲାସରା ମଥୁରାରେ ସାଇକେଲ ମରାମତି ଦୋକାନ କରିଥିିବା ପ୍ରକାଶ ପଲେଇଙ୍କୁ ।

ପ୍ରକାଶଙ୍କ ଘର ଦେଓଗାଁରେ । ବୟସ ୫୫ ପାଖାପାଖି । ଜନ୍ମରୁ ଦିବ୍ୟାଙ୍ଗ । ଦୁଇହାତର ଆଗୁଠି କାମ କରୁନାହିଁ , ଗୋଡ ଦୁଇଟି ମଧ୍ୟ ଅଚଳ । କିନ୍ତୁ ହାର ମାନି ନାହାନ୍ତି ପ୍ରକାଶ । ପରିଶ୍ରମ କରି ସ୍ୱାଭିମାନର ବଂଚିବାକୁ ପଣ କରିଛନ୍ତି ସେ । ପରିବାରରେ ୩ ପ୍ରାଣୀ । ପ୍ରକାଶ, ତାଙ୍କ ସ୍ତ୍ରୀ ଓ ମାଆ । ନିଜ ସାଇକେଲ ମରାମତି ଦୋକାନରେ ପ୍ରକାଶ ସକାଳୁ ସଂଜ କାମରେ ଲାଗିଥାନ୍ତି ଓ ସେଥିରୁ ମିଳୁଥିବା ରୋଜଗାରରେ ନିଜ ପରିବାର ଚଳାଉଛନ୍ତି ।

ପ୍ରକାଶ ପ୍ରତିଦିନ ତିନିଚକିଆ ସାଇକେଲରେ ୧୫ କିଲୋମିଟର ଜଙ୍ଗଲ ରାସ୍ତା ପାର ହୋଇ ନିଜ ଦୋକାନକୁ ଆସନ୍ତି । ସକାଳ ୫ ରୁ ଘରୁ ବାହରି ଆସନ୍ତି ଓ ସନ୍ଧ୍ୟା ରେ ଘରକୁ ଫେରୁ ଫେରୁ ରାତି ୯ଟା ହୋଇଯାଏ । ପରିଶ୍ରମ କରି ସ୍ୱାଭିମାନର ସହ ବଂଚୁଥିବା ପ୍ରକାଶ ଅଂଚଳରେ ବେଶ୍ ଲୋକପ୍ରିୟ । ଗ୍ରାହକମାନେ ତାଙ୍କ କାମରେ ମଧ୍ୟ ବେଶ୍ ଖୁସି ।