କନକ ବ୍ୟୁରୋ : ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ୟୁଜି କ୍ଲାସ । ସେହିପରି ୧୫ ତାରିଖରୁ ପିଜି କ୍ଲାସ ଆରମ୍ଭ ହେବ । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର । କ୍ଲାସରୁମ ପାଠ ପଢା ଆରମ୍ଭ କରିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।
ନୂଆ ଆଡମିଶନ କରିଥିବା ଛାତ୍ରଛାତ୍ରୀ ମଧ୍ୟ କ୍ଲାସ କରିବା ପାଇଁ ଆସିପାରିବେ । କରୋନା କଟକଣା ସହ ପାଠ ପଢା ଆରମ୍ଭ କରିବାକୁ କୁହାଯାଇଛି । କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବାରମ୍ବାର ହାତ ଧୋଇବା ସହ ହାତ ସାନିଟାଇଜ୍ କରିବାକୁ କୁହାଯାଇଛି । କ୍ଲାସ ରୁମ୍ ଓ ଲାଇବ୍ରେରୀରେ ସାମାଜିକ ଦୂରତା ରକ୍ଷା କରାଯିବ । ଆବଶ୍ୟକତା ପାଇଁ ଆଇସୋଲେସନ୍ ରୁମ୍ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/31-18.jpg)