ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର : ଆଜି ସନ୍ଧ୍ୟା ଧୂପ ପରେ ହେବ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି; କାଲି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରି ତେଲ

134

କନକ ବ୍ୟୁରୋ : ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ । ତେବେ ଆସନ୍ତାକାଲି ବଡ ଠାକୁରଙ୍କୁ ଲାଗିହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଏ । ମହାପ୍ରଭୁଙ୍କ ଗୁପ୍ତ ନୀତିରେ ନିୟୋଜିତ ଦଇତାପତି ସେବାୟତ ଏହି ସ୍ୱତନ୍ତ୍ର ତେଲକୁ ଶ୍ରୀଅଙ୍ଗରେ ଲାଗି କରିବେ ।

ଆୟୁର୍ବେଦୀୟ ଉପଚାରରେ ଧିରେଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଚଳିତବର୍ଷ ୧୫ ଦିନ ପାଇଁ ଅଣସର ନୀତି ପାଳନ ହେବ । ଏବେ ମହାପ୍ରଭୁଙ୍କ ତାଟି ଘରେ ଧଳା ଫୁଲ ଓ ଏକବସ୍ତ୍ର ପରିଧାନ ସହ ଫଳମୂଳ ଭୋଗ ଲାଗି କରାଯାଉଛି । ଆଜି ଶ୍ରୀଅଙ୍ଗ ଫିଟା ନୀତି କରାଯାଉଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସଂଧ୍ୟା ଧୁପ ପରେ ଦଇତାପତି ସେବାୟତମାନେ ଏବେ ନୀତି ସଂପାଦନ କରିବେ ।