ଜଗାକୁ ଜ୍ୱର, ଅଣସର ଘରେ ଚାଲିଛି ଉପଚାର : ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରି ତେଲ

307

କନକ ବ୍ୟୁରୋ : ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର । ଆଜି ବଡ ଠାକୁରଙ୍କୁ ଲାଗିହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଏ । ମହାପ୍ରଭୁଙ୍କ ଗୁପ୍ତ ନୀତିରେ ନିୟୋଜିତ ଦଇତାପତି ସେବାୟତ ଏହି ସ୍ୱତନ୍ତ୍ର ତେଲକୁ ଶ୍ରୀଅଙ୍ଗରେ ଲାଗି କରିବେ । ଆୟୁର୍ବେଦୀୟ ଉପଚାରରେ ଧିରେଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଚଳିତବର୍ଷ ୧୫ ଦିନ ପାଇଁ ଅଣସର ନୀତି ପାଳନ ହେବ । ଏବେ ମହାପ୍ରଭୁଙ୍କ ତାଟି ଘରେ ଧଳା ଫୁଲ ଓ ଏକବସ୍ତ୍ର ପରିଧାନ ସହ ଫଳମୂଳ ଭୋଗ ଲାଗି କରାଯାଉଛି । ଗତକାଲି ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିଲା ।