କନକ ବ୍ୟୁରୋ : ପ୍ରାକୃତିକ ମନୋରମ ପରିବେଶରେ ରହିଛି ପର୍ଯ୍ୟଟନସ୍ଥଳୀ । ଫୁଲବାଣୀ ଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ  ପୁତୁଡି ଜଳପ୍ରପାତ । ଅତି ମନୋରମ ପରିବଶେରେ ଥିବା ବେଳେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏହି ଜଳପ୍ରପାତକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନସ୍ଥଳୀର ମାନ୍ୟତା ବି ମିଳିସାରିଛି । ହେଲେ ପର୍ଯ୍ୟଟନସ୍ଥଳୀ ବିକାଶ କଥା ଭୁଲି ଯାଇଛନ୍ତି ସବୁ । ଯାହା ଫଳରେ ଅତି ସୁନ୍ଦର ପରିବେଶରେ ଥିବା ପୁତୁଡି ଜଳପ୍ରପାତକୁ ପର୍ଯ୍ୟଟକ ମାନେ ପହଂଚିବା ବହୁ କଷ୍ଟକର ହୋଇଥିବା ବେଳେ ଆସିବା ମଧ୍ୟ କମିଗଲାଣି । ଳପ୍ରାପତ ପର୍ଯ୍ୟନ୍ତ ପହଂଚିବା ପୂର୍ବରୁ ୬ ରୁ ୭ କିଲୋମିଟର ଜଙ୍ଗଲ ଓ ଘାଟି ରାସ୍ତା ଦେଇ ଯିବାକୁ ହୁଏ । ତାପୁଣି ଅତି ଶୋଚନୀୟ ଅବସ୍ଥାରେ ରହିଛି । ପର୍ଯ୍ୟଟନସ୍ଥଳୀରେ କିଛି ଯୋଜନାର କରାଯାଇଥିଲା । ହେଲେ ତାହାବି ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ପର୍ଯ୍ୟଟକ ଏହି ସ୍ଥାନର ମୁହଁ ଫେରାଇ ନେଲେଣି ।

Advertisment

ଘଂଚ ଜଙ୍ଗଲ ପାହାଡ ଘେରା ପରିବେଶ ମଧ୍ୟରେ ରହିଛି ପୁତୁଡି ଜଳପ୍ରପାତ । ହେଲେ ସମସ୍ୟା ଯୋଗୁ ବିପର୍ଯ୍ୟସ୍ତ ହୋଇପଡିଛି ଏହି ପର୍ଯ୍ୟଟନସ୍ଥଳୀ । ପୁତୁଡି ଜଳପ୍ରପାତ ନିକଟରେ ବିଗତ ବର୍ଷ ଗୁଡିକରେ ଆମ ଗାଁ ଆମ ବିକାଶ ଯୋଜନା ରେ କିଛି କିଛି ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା । କିନ୍ତୁ ସେ ସବୁ ମଧ୍ୟ ବର୍ତମାନ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି । ତେଣୁ ପୁତୁଡି ପର୍ଯ୍ୟଟନସ୍ଥଳୀ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ବହୁବାର ସମସ୍ୟା ନେଇ ଜଣାଯାଇଛି । ହେଲେ ଏପର୍ଯ୍ୟନ୍ତ ସମସ୍ୟା ପ୍ରତି କାହାର ନଜର ନାହିଁ । ବିକାଶ ପ୍ରତି କହାର ନଜର ପଡୁନଥିବା ବେଳେ ଅସନ୍ତୋଷ ବଢିଚାଲିଛି ।

ସମସ୍ୟା ଭିତରେ ରହିଥିବା ଏହି ପର୍ଯ୍ୟଟନସ୍ଥଳୀ ପୁତୁଡି ଜଳପ୍ରପାତ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଇପାରିଲେ ବହୁ ପର୍ଯ୍ୟଟକଙ୍କ ଭିଡ ଲାଗିବ ।