କନକ ବ୍ୟୁରୋ: ଫୁଲବାଣୀ ବିଧାନସଭା ଆସନରେ ୮ଜଣ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର କହଁର, ବିଜେଡିର ଅଙ୍ଗଦ କହଁର ଓ ବିଜେପିର ଦେବ ନାରାୟଣ ପ୍ରଧାନଙ୍କ ମଧ୍ୟରେ ଜୋରଦାର ଟକ୍କର । ବିଜେଡିର ଅଙ୍ଗଦ ଓ କଂଗ୍ରେସର କିଶୋର ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ବଳେ ବିଜେପି ପ୍ରାର୍ଥୀ ଦେବ ନାରାୟଣ ତୃତୀୟ ଥର ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡିର ଗଡ ଏହି ବିଧାନସଭାରେ ଏଥର ଗଡ ସୁରକ୍ଷା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । କଂଗ୍ରେସର ସଂଗଠନ ଯଦିଓ ଦୁର୍ବଳ, ତଥାପି କେତେକ ସ୍ଥାନରେ ଏହି ଦଳର ପକେଟ୍ ଭୋଟ୍ ରହିଛି । କଂଗ୍ରେସର ଦୁର୍ବଳ ସ୍ଥିତିର ସୁଯୋଗ ନୋକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା । ତେବେ ଆଜି ଭୋଟ୍ ଦେଉଛନ୍ତି ଫୁଲବାଣୀବାସୀ । କାହାର ଭାବମୂର୍ତ୍ତୀ ଜନତାଙ୍କୁ ଆକର୍ଷିତ କରିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୬ ହଜାର ୬୩୧
- ମତ ଦେଇଥିଲେ – ୧ ଲକ୍ଷ ୨୪ ହଜାର ୯୨୨
- ଭୋଟଦାନ ହାର – ୭୪.୯୭%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦୁଗୁନୀ କହଁର ବିଜେଡି ୫୮,୨୭୩ ୪୬.୬୫% ବିଜୟୀ
ସୁଦର୍ଶନ କହଁର କଂଗ୍ରେସ ୨୧,୫୧୦ ୧୭.୨୨% ପରାସ୍ତ
ଦେବନାରାୟଣ ପ୍ରଧାନ ବିଜେପି ୩୨,୪୭୮ ୨୬.୦୦% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଦୁଗୁନୀ କହଁର
ଦଳ - ବିଜେଡି
ଭୋଟ - ୫୮,୨୭୩
ପ୍ରତିଶତ - ୪୬.୬୫%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଦେବନାରାୟଣ ପ୍ରଧାନ
ଦଳ - ବିଜେପି
ଭୋଟ - ୩୨,୪୭୮
ପ୍ରତିଶତ - ୨୬%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସୁଦର୍ଶନ କହଁର
ଦଳ - କଂଗ୍ରେସ
ଭୋଟ - ୨୧,୫୧୦
ପ୍ରତିଶତ - ୧୭.୨୨%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ଦୁଗୁନୀ କହଁର ନିର୍ବାଚନ ଜିତିଥିଲେ
- ୫୮ ହଜାର ୨୭୩ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଦେବ ନାରାୟଣ ପ୍ରଧାନଙ୍କୁ ପରାସ୍ତ କରିଥିଲେ
- ୨୫ ହଜାର ୭୯୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୯ ହଜାର ୫୭୦
- ମତ ଦେଇଥିଲେ – ୧ ଲକ୍ଷ ୪ ହଜାର ୦୭୬
- ଭୋଟଦାନ ହାର – ୬୫.୨୨%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦେବେନ୍ଦ୍ର କହଁର ବିଜେଡି ୩୮,୦୯୨ ୩୬.୬୦% ବିଜୟୀ
ଜଳନ୍ଧର କହଁର କଂଗ୍ରେସ ୨୩,୬୬୯ ୨୨.୭୪% ପରାସ୍ତ
ଦେବନାରାୟଣ ପ୍ରଧାନ ବିଜେପି ୨୯,୩୬୩ ୨୮.୨୧% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଦେବେନ୍ଦ୍ର କହଁର
ଦଳ - ବିଜେଡି
ଭୋଟ - ୩୮,୦୯୨
ପ୍ରତିଶତ – ୩୬.୬୦%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଦେବନାରାୟଣ ପ୍ରଧାନ
ଦଳ - ବିଜେପି
ଭୋଟ - ୨୯,୩୬୩
ପ୍ରତିଶତ – ୨୮.୨୧%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଜଳନ୍ଧର କହଁର
ଦଳ - କଂଗ୍ରେସ
ଭୋଟ - ୨୩,୬୬୯
ପ୍ରତିଶତ - ୨୨.୭୪%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ଦେବେନ୍ଦ୍ର କହଁର ବିଜୟ ହାସଲ କରିଥିଲେ
- ୩୮ ହଜାର ୦୯୨ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ିି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଦେବନାରାୟଣ ପ୍ରଧାନଙ୍କୁ ପରାସ୍ତ କରିଥିଲେ
- ୮ ହଜାର ୭୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲେ
- ବିଜେଡ଼ିର ଦେବେନ୍ଦ୍ର କହଁରଙ୍କ ବଦଳରେ ଦୁଗୁନୀ କହଁର ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ
- ଜଳନ୍ଧର କହଁରଙ୍କ ବଦଳରେ ସୁଦର୍ଶନ କହଁରଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
- ଦେବନାରାୟଣ ପ୍ରଧାନଙ୍କୁ ପୁଣି ପ୍ରାର୍ଥୀ କରିଥିଲା ବିଜେପି
୨୦୧୯ର ଲଢେଇ
ବିଜେଡି: ଅଙ୍ଗଦ କହଁର
କଂଗ୍ରେସ: କିଶୋର ଚନ୍ଦ୍ର କହଁର
ବିଜେପି: ଦେବନାରାୟଣ ପ୍ରଧାନ
୨୦୧୯--ବିଜେଡି: ଅଙ୍ଗଦ କହଁର
- ତିନି ଥର ସରପଂଚ
- ଫିରିଙ୍ଗିଆ ବ୍ଳକ୍ ଅଧ୍ୟକ୍ଷ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
୨୦୧୯--କଂଗ୍ରେସ: କିଶୋର ଚନ୍ଦ୍ର କହଁର
-ଚାକିରିରୁ ରାଜନୀତି
- ଫୁଲବାଣୀର ତୁସୁମେଂଡି ସରପଂଚ
- ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
୨୦୧୯--ବିଜେପି: ଦେବନାରାୟଣ ପ୍ରଧାନ
-୨ଥର ନିର୍ବାଚନ ଲଢି ହାରିଛନ୍ତି
- ୨୦୦୯ ଏବଂ ୨୦୧୪ରେ ପରାଜିତ
- ପୂର୍ବତନ ଜିଲ୍ଲା ବିଜେପି ସଭାପତି
ମୈଦାନରେ ମହିଳା ପ୍ରାର୍ଥୀ
-ମହିଳା ପ୍ରାର୍ଥୀ ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- ଫୁଲବାଣୀ ପୌରପରିଷଦ, ଫୁଲବାଣୀ ବ୍ଲକ୍, ଚକାପାଦ ବ୍ଲକ୍, ଖଜୁରୀପଡା ବ୍ଲକ୍ ଓ ଫିରିଙ୍ଗିଆ ବ୍ଲକକୁ ନେଇ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ।
- ୪ଟି ଯାକ ବ୍ଲକ୍ରେ ବିଜେଡି ଶାସନ କରୁଛି
- ପୌର ପରିଷଦରେ ମଧ୍ୟ ବିଜେଡି ଶାସନ କରୁଛି ।
ମୁହାଁମୁହିଁ ପ୍ରାର୍ଥୀ
- ତିନି ଥର ସରପଂଚ ଏବଂ ବ୍ଳକ୍ ଅଧ୍ୟକ୍ଷ ଅଙ୍ଗଦ କହଁରଙ୍କୁ ପ୍ରାର୍ଥୀ କରିଛି ବିଜେଡି
- ଚାକିରିରୁ ରାଜନୀତିକୁ ଆସିଥିବା ଏବଂ ସରପଂଚ କିଶୋର ଚନ୍ଦ୍ର କହଁର ପ୍ରଥମଥର ପାଇଁ କଂଗ୍ରେସ ଟିକେଟ୍ରୁ ବିଧାନସଭା ନିର୍ବାଚନ ଲଢୁଛନ୍ତି
- ୨୦୦୯ ଏବଂ ୨୦୧୪ରେ ପରାଜିତ ହୋଇ ତୃତୀୟ ଥର ପାଇଁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ବିଜେପିର ଦେବନାରାୟଣ ପ୍ରଧାନ
ଫୁଲବାଣୀ ବିଧାନସଭା ଆସନ
- ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଜେଡିର ଦବଦବା ରହିଛି
- ୨୦୦୦ ମସିହାରୁ ଲଗାତର ପ୍ରାର୍ଥୀ ବଦଳାଇ ଜିତିଛି ବିଜେଡି
- ପଦ୍ମନାଭ ବେହେରା ଥରେ ଜନତା ଦଳ ଏବଂ ଆଉଥରେ ବିଜେଡିରୁ ବିଧାୟକ