କନକ ବ୍ୟୁରୋ: ବନ ବିଭାଗକୁ ବଡ଼ ସଫଳତା। ୬ ଜଣ ଶିକାରୀ ସହିତ ୨ ଟି ବାଘ ଚମଡ଼ା ଜବତ କଲା ଫୁଲବାଣୀ ବନ ବିଭାଗ। ଫୁଲବାଣୀ ବନଖଣ୍ଡର ସ୍ୱତନ୍ତ୍ର ଅପେରସନ ଟିମ ଖଜୁରୀପଡା ଥାନା ଅଞ୍ଚଳରୁ ୬ ଜଣ ଶିକାରୀ ସହିତ ସେମାନଙ୍କ ଠାରୁ ଦୁଇଟି କଲରା ପତରିଆ ବାଘ ଚମଡ଼ା, ଗୋଟିଏ ଖପୁରୀ, ୬ ଟି କୁଟୁରା ଚମଡ଼ା, ଗୋଟିଏ ମୁଣ୍ଡ, ୨ ଟି ଗୋଧି ଚମଡ଼ା ଜବତ କରିଛି। ଏହା ସହିତ ସେମାନଙ୍କ ଠାରୁ ଗୋଟିଏ ଲୋଡ଼େଡ଼ ଦେଶୀ ବନ୍ଧୁକ, ୭ ଟି ଫାସ, ଗୋଟିଏ ତୀର, ୨ ଟି ବାଟୁଳି ଏବଂ ଗୋଟିଏ ବାଇକ ଜବତ ହୋଇଛି।
କିଛି ଶିକାରୀ ଲଗାତାର ବିଭିନ୍ନ ସରଂକ୍ଷିତ ଜଙ୍ଗଲରେ ବନ୍ୟ ପ୍ରାଣୀ ଶିକାର କରୁଛନ୍ତି । ଏହା ପରେ ଏହି ଶିକାରୀ ମାନଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଅପେରସନ ଟିମ ଗଠନ କରାଯାଇଥିଲା । ଏହି ଟିମ ପ୍ରଥମେ ବେହେରା ଗାଁ ନିକଟ ଲାଇନପଡ଼ା ସରଂକ୍ଷିତ ଜଙ୍ଗଲ ନିକଟରୁ ଧନେଶ୍ୱର ନାୟକ ନାମକ ଜଣେ ଶିକାରୀକୁ ଗିରଫ କରିଥିଲେ। ତାପରେ ତାକୁ ଜେରା କରିବା ପରେ ଅନ୍ୟ ଶିକାରୀମାନଙ୍କୁ ସ୍ୱତନ୍ତ୍ର ଅପରେସନ ଟିମ ଗିରଫ କରିଥିଲେ।
Follow Us