କନକ ବ୍ୟୁରୋ : ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ନାଁରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଷ । ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ କରିବା ସହ ଅଭିଯୋଗକାରିଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମିଥ୍ୟା ତଥ୍ୟ ଓ ସାକ୍ଷ୍ୟ ଦେଇଥିବାରୁ ଅଭିଯୋଗକାରିଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ । ଏହାସହ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ଅର୍ଥ ମଧ୍ୟ ନଦେବାକୁ ରାୟରେ ଦର୍ଶାଇଛନ୍ତି ବିଚାରପତି ଭାସ୍କରଚନ୍ଦ୍ର ସାହୁ ।

Advertisment

ଗତବର୍ଷ ୨୦୨୦ ମେ’ ମାସରେ ଗଣଦୁଷ୍କର୍ମ ହୋଇଥିବା ନେଇ ଯୁବତୀ ଅଭିଯୋଗ ଆଣିଥିଲେ । ଫୁଲବାଣୀ ସଦର ଥାନା ଅଂଚଳରେ ରହୁଥିବା ଜଣେ ଯୁବତୀ ତାଙ୍କ ମାମୁ ଘରକୁ ଯାଇଥିବା ବେଳେ ୪ଜଣ ଝିଅଙ୍କ ସହ ଗାଁ ନିକଟକୁ ବୁଲିବାକୁ ଯାଇଥିଲେ । ଏତିକି ବେଳେ ୪ଜଣ ଯୁବକ ଆସି ତାଙ୍କୁ ଭୟଭୀତ କରାଇଥିଲେ ଏବଂ ସମସ୍ତେ ଖସି ପଳାଇ ଯାଇଥିବା ବେଳେ ସମ୍ପୃକ୍ତ ଯୁବତୀ ଜଣକ ଯାଇପାରିନଥିଲେ । ଏବଂ ସେହି ଯୁବକ ମାନେ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ପରେ ଅଭିଯୋଗ ଅଣିଥିଲେ ।