କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ପ୍ରେମ କାହାଣୀ । ଏହାକୁ ୟୁଜର୍ସ ସେୟାର କରିବା ସହ ଖୁବ୍ ପସନ୍ଦ ବି କରୁଛନ୍ତି । ତେବେ ଏହି ପ୍ରେମ କାହାଣୀ ହେଉଛି ସମଲିଙ୍ଗୀ ଯୋଡି ଅଂଜଳି ଓ ସୁଦଂଶର ଏବଂ ସବୁଠୁ ବଡ କଥା ହେଉଛି ଅଂଜଳି ଚକରା ଭାରତୀୟ ହୋଇଥିବା ସୁଦଂଶ ମଲ୍ଲିକ ହେଉଛନ୍ତି ପାକିସ୍ତାନର ଯୁବତୀ ।

Advertisment

ପାରମ୍ପାରିକ ଗହଣା ଓ ପୋଷାକ ପିନ୍ଧିଥିବା ଏମାନଙ୍କ ଫୁଟ୍ ସୁଟର ଫଟୋ ଗୁଡିକୁ ସେୟାର କରିଛନ୍ତି ଫଟୋଗ୍ରାଫର ସରୋୱର ଅହମଦ । ଏବଂ ଏହି ପ୍ରେମ କାହାଣୀକୁ ‘ଏ ନ୍ୟୁ ୟର୍କ ଲଭ ଷ୍ଟୋରୀ’ ନାଁ ଦେଇଛନ୍ତି । ଏହି ଫଟୋଗୁଡିକୁ ୭୦ହଜାରରୁ ଅଧିକ ୟୁଜର୍ସ ରିଟ୍ୱିଟ କରିଥିବା ବେଳେ ୪୫ହଜାରରୁ ଅଧିକ ୟୁଜର୍ସ ଏହାକୁ ପସନ୍ଦ କରିଛନ୍ତି । ଏହି ଫଟୋଗୁଡିକୁ ସୋସିଆଲ ମିଡିଆରେ ଢେର ପ୍ରଶଂସା ମଧ୍ୟ ମିଳିଛି ।