ୱେବସାଇଟରେ ଅପଲୋଡ ହେଲା ମୃତାହତଙ୍କ ଫଟୋ । ବିଏମସି ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର

5,553

କନକ ବ୍ୟୁରୋ: ୱେବସାଇଟରେ ଅପଲୋଡ ହେଲା ମୃତକଙ୍କ ଫଟୋ । ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳିନଥିବା ଶବ ଗୁଡିକର ତଥ୍ୟ ୱେବସାଇଟରେ ଉପଲବ୍ଧ କରାଯାଇଛି । ୩ଟି ୱେବସାଇଟରେ ସବିଶେଷ ତଥ୍ୟ ଉପଲବ୍ଧ ରହିଛି । ଡବ୍ଲୁଡବ୍ଲୁଡବ୍ଲୁ ଏସଆରସି ଓଡ଼ିିଶା ଡଟ୍ ଇନ୍, ଡବ୍ଲୁଡବ୍ଲୁଡବ୍ଲୁ ବିଏମସି ଡଟ୍ ଜିଓଭି ଡଟ୍ ଇନ୍ ଓ ଡବ୍ଲୁଡବ୍ଲୁଡବ୍ଲୁ ଓ ଏସଡିଏମଓ ଡଟ୍ ଓଆରଜି ୱେବସାଇଟରେ ସମସ୍ତ ତଥ୍ୟ ଉପଲବ୍ଧ ହେବ ।

ତେବେ ଛୋଟ ପିଲାଙ୍କୁ ଏହି ୱେବସାଇଟ ନଦେଖିବାକୁ ପରାମର୍ଶ ଦିଆଯାଇଛି । ସେପଟେ ବିଏମସି ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର । ୧୯୨୯ ନମ୍ବରକୁ କଲ କରି ମୃତଦେହ ସମ୍ପର୍କରେ ଜାଣିପାରିବେ ସମ୍ପର୍କୀୟ । ବିଏମସି ୱେବସାଇଟରେ ମଧ୍ୟ ମୃତକଙ୍କ ଫଟୋ ଏବଂ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ କରାଯିବ । ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲ ଡେସ୍କ ଖୋଲାଯାଇଛି । ସେଠାରୁ ମଧ୍ୟ ମୃତକଙ୍କ ବିଷୟରେ ସୂଚନା ନେଇପାରିବେ ସମ୍ପର୍କୀୟ । ଏହାସହ ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱରରେ ଅନ୍ତିମ ସଂସ୍କାର କରାଯିବାର ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡେ ତେବେ ମୃତଦେହ ନିଜ ଅଂଚଳକୁ ନେବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୭୦ଟି ଶବ ସଂରକ୍ଷିତ କରି ରଖାଯାଇଛି ।