ଲୁଟ୍ ହୋଇଗଲା ଆମ ଇଜ୍ଜତ ! ଫେସବୁକରେ ଦେହଜୀବି ବନାଇବା ପରେ ତାତିଲେ ରମାଦେବୀ ଛାତ୍ରୀ

137

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଭିତରେ ଭାଳେଣୀ । ସୋସିଆଲ ମିଡିଆରେ ଇଜ୍ଜତ ବିକ୍ରି ହୋଇଛି । ମାମଲା ଦେବାର ୨୪ ଘଂଟା ହେଲାଣି । ହେଲେ ପୋଲିସ କିନ୍ତୁ ଅଭିଯୁକ୍ତର ଟେର ପାଉନି । ସ୍ଥିତି ବିଗିଡିବା ଭୟରେ ଏକାଠି ହୋଇଥିଲେ ରମାଦେବୀ ଛାତ୍ରୀ । ବିଶ୍ୱବିଦ୍ୟାଳୟର ୬୦ରୁ ଅଧିକ ଛାତ୍ରୀଙ୍କୁ ସୋସିଆଲ ମିଡିଆରେ ଦେହଜୀବି ଭାବେ ଚିତ୍ରଣ କରାଯିବା ପ୍ରସଙ୍ଗରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ଦାବି କରିଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ବି ଦେଇଛନ୍ତି ।

କିଏ ଆଉ କାହିଁକି ଛାତ୍ରୀଙ୍କ ଇଜ୍ଜତ ସହ ଖେଳିଲା? ଛାତ୍ରୀଙ୍କ ଫଟୋକୁ ସୋସିଆଲ ମିଡିଆରେ କାହିଁକି କରାଗଲା ବ୍ୟବହାର? ଦେହଜୀବି ସଜାଇ କଣ ପାଇଲା ଆରୋହୀ କ୍ରିଏସନ? ଏମିତି ତମାମ ଦିଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆରମ୍ଭ ହୋଇଛି ରାଜନୀତି । ଡିଏସଓ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ କରାଯାଇଛି । ଏହା ସହ ଆରୋହି କ୍ରିଏସନ ପେଜକୁ ତୁରନ୍ତ ବ୍ଲକ କରିବା ସହ ଘଟଣା ପଛର କାର୍ପଟଦାର ସୁଜିତ ସାହୁଙ୍କ ଗିରଫ ଦାବି ହୋଇଛି ।

ଅନ୍ୟପଟେ ୨୪ ଘଂଟା ବିତିବା ପରେ ବି ବ୍ଲକ ହୋଇନି ଫେସବୁକ ପେଜ । ଖୁଲମଖୁଲ୍ଲା ବୁଲୁଛି ଛାତ୍ରୀଙ୍କ ଫଟୋ । ଅଭିଯୁକ୍ତ ଫେରାର । ଆଇଟି ଆକ୍ଟରେ ମାମଲା ରୁଜୁକରି ଛାତ୍ରୀଙ୍କ ବୟାନ ରେକର୍ଡ କରିଛି କମିଶନରେଟ ପୋଲିସ । ହେଲେ ନା ଆରୋହି କ୍ରିଏସନର ପତା ମିଳୁଛି ନା ସଂସ୍ଥାର ମୁଖ୍ୟ ସୁଜିତ ସାହୁର ।

କିନ୍ତୁ ସବୁଠାରୁ ବଡ କଥା ହେଉଛି ସୋସିଆଲ ମିଡିଆରେ ଯେଉଁଭଳି ଭାବେ ଛାତ୍ରୀଙ୍କୁ ବଦନାମ କରାଗଲା ତାଙ୍କ ଇଜ୍ଜତକୁ ଫେରାଇବ କିଏ? ଆଉ କେବେ ପୋଲିସକୁ ମିଳିବ ମୁଖ୍ୟ ଅଭିଯୁକ୍ତର ଆଇପି ଆଡ୍ରେସ ।

ବଡ କଥା ହେଉଛି, ଅଭିଯୁକ୍ତ ଜଣକ ଛାତ୍ରୀଙ୍କ ଏସବୁ ଫଟୋ କେଉଁଠୁ ପାଇଲା? ଯେଉଁ ହ୍ୱାଟ୍ସଆପ ଗ୍ରୁପରୁ ଏସବୁ ଫଟୋ ଲିକ୍ ହୋଇଛି ତା ଉପରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି? ଛାତ୍ରୀଙ୍କ ବ୍ୟବହାର କରିବାକୁ ବିଧିବଦ୍ଧ ରାକେଟ କାମ କରୁଛି କି?

ଏହା ସହ ଦେଖନ୍ତୁ ରମାଦେବୀ ଝିଅଙ୍କୁ ସଜାଇଲେ ଦେହଜୀବି ! ଫେସବୁକରେ କଲେଜ ଛାତ୍ରୀଙ୍କୁ ଦିଆଗଲା କଲଗର୍ଲର ଆଖ୍ୟା