ଶ୍ରଦ୍ଧାର ରଙ୍ଗରେ ରଙ୍ଗେଇ ହେଲା ପ୍ରୟାଗରାଜ : ଫଟୋ ଫଟୋରେ ଘରେ ବସି କରନ୍ତୁ କୁମ୍ଭ ଦର୍ଶନ

143

ଆମେ ସମସ୍ତେ ଜାଣିଛେ କି କୁମ୍ଭ ମେଳା ଆରମ୍ଭ ହୋଇସାରିଲାଣି । କୁହନ୍ତି କି ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି କୁମ୍ଭର ରଙ୍ଗରେ ରଙ୍ଗେଇ ଯାଆନ୍ତି । ବିଶେଷ କରି ନାଗାସାଧୁ । କୁହନ୍ତି କି, ନାଗା ସାଧୁ କୁମ୍ଭର ଆତ୍ମା । କୁମ୍ଭରେ ଯଦି ନାଗା ସାଧୁ ଓ ତାଙ୍କ ‘ହର ହର ମହାଦେବ’ ସ୍ୱର ଶୁଣାଇ ନଦିଏ, ତେବେ ପୁରା କୁମ୍ଭ ଅଧୁରା ଲାଗେ । କୁମ୍ଭରେ ନାଗା ସାଧୁଙ୍କ ବେଶଭୂଷା ଲୋକଙ୍କୁ ଆକର୍ଷିତ କରେ । ଏହା ବ୍ୟତୀତ ବି ଅନେକ ଜିନିଷ ଅଛି, ଯାହା ଏହି ମହାପର୍ବକୁ ବିଶେଷ ବନାଏ । ତେବେ ଆସନ୍ତୁ ଦେଖିବେ ଆସ୍ଥାର ରଙ୍ଗରେ ରଙ୍ଗେଇ ଯାଇଥିବା କୁମ୍ଭ ମେଳାର କିଛି ଫଟୋ ।

କିନ୍ନର ଅଖାଡାରେ ଶହ ଶହ ସଂଖ୍ୟାରେ କିନ୍ନର ସାଧୁ-ସନ୍ୟାସୀ ସାମିଲ ହୋଇଛନ୍ତି । ଓଟ, ହାତୀ, ଓ ଘୋଡାରେ ବସିଥିବା କିନ୍ନର ସନ୍ୟାସିନୀଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ । ଶ୍ରଦ୍ଧାଳୁ ତାଙ୍କ ଉପରେ ଫୁଲର ବର୍ଷା କରୁଛନ୍ତି । କିନ୍ନର ସନ୍ଥ ସୁନ୍ଦର ଶାଢ଼ି ପିନ୍ଧିଛନ୍ତି ଓ ଖୁବ୍ ସଜେଇ ହୋଇଛନ୍ତି । ଯଦ୍ୱାରା ଏହି ଦୃଶ୍ୟ ଆହୁରି ମନୋରମ ଲାଗୁଛି ।

ମାଆ କାଳୀଙ୍କ ପୂଜା କରୁଛନ୍ତି କିନ୍ନର ଅଖାଡାର ଭବାନୀ ଦେବୀ । ସୂଚନାଯୋଗ୍ୟ, କୁମ୍ଭରେ ଏଥର ନୂଆ ଅଖାଡା ଯୋଡି ହୋଇଯାଇଛି । ଏହା ପ୍ରଥମ ଥର କିନ୍ନରମାନେ ଅଖାଡା ଭାବେ ସାହି ରୂପରେ କୁମ୍ଭରେ ଏଣ୍ଟ୍ରି କରିଛନ୍ତି ।

ପ୍ରୟାଗରାଜରେ କୁମ୍ଭ ମେଳାରେ ପ୍ରବାସୀ ଭାରତୀୟଙ୍କ ମେଳା ମଧ୍ୟ ଲାଗିଛି । ପ୍ରୟାଗରାଜରେ ପହଂଚିବା ପାଇଁ ଉତ୍ତର ପ୍ରଦେଶ ପ୍ରବାସୀ ଭାରତୀୟଙ୍କ ପାଇଁ ବିଶେଷ ଟ୍ରେନର ବ୍ୟବସ୍ଥା କରାଯାଇଛି ।

କୁମ୍ଭ ମେଳାରେ ଯୋଗୀ ସରକାର ଏଥର ବହୁତ ପ୍ରସ୍ତୁତି କରିଛନ୍ତି । ୧୫ ଜାନୁୟାରୀରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅର୍ଦ୍ଧ କୁମ୍ଭ ମେଳା ପାଇଁ ଭାରତୀୟ ରେଳବାଇ ୮୦୦ ବିଶେଷ ଟ୍ରେନ୍ ଆରମ୍ଭ କରିଛି । ଯାହାର ୧୬,୦୦୦ ଡବାରେ ‘କୁମ୍ଭ ଚଲୋ’ ନାରା ସହିତ ପ୍ରୟାଗରେ ବୁଡ ପକାଉଥିବା ନାଗା ସାଧୁ ଓ ଲୋକଙ୍କ ଫଟୋ ଲାଗିଛି ।

ପ୍ରୟାଗରାଜ କୁମ୍ଭ ମେଳାରେ କେବଳ ଦେଶରୁ ହିଁ ନୁହେଁ ବିଦେଶରୁ ମଧ୍ୟ ଆସିଛନ୍ତି ଏବଂ ସଙ୍ଗମସ୍ଥଳରେ ଆସ୍ଥାର ବୁଡ ପକାଇଛନ୍ତି । ସୂଚନାଯୋଗ୍ୟ, ବିଦେଶୀମାନେ କୁମ୍ଭ ସ୍ନାନକୁ ନେଇ ବହୁତ ଉତ୍ସାହିତ ରହନ୍ତି, ଯଦ୍ୱାରା କୁମ୍ଭରେ ପ୍ରତିଥର ହଜାର ହଜାର ସଂଖ୍ୟାରେ ବିଦେଶୀ ପହଂଚନ୍ତି ।

ନାଗାଙ୍କ ପାଇଁ ରୁଦ୍ରାକ୍ଷ ବହୁତ ପ୍ରିୟ ହୋଇଥାଏ । ରୁଦ୍ରାକ୍ଷରେ ଶୃଙ୍ଗାର କରିଥିବା ନାଗା ବାବାଙ୍କ ଏହି ଫଟୋ ବହୁତ ଚର୍ଚ୍ଚାରେ ରହିଛି ।

କୁହନ୍ତି କି, ନାଗା ବାବାଙ୍କ ବିନା କୁମ୍ଭ, କୁମ୍ଭ ଲାଗେନି । କାହିଁକିନା ସେମାନେ କୁମ୍ଭର ପରିଚୟ । ନାଗା ସାଧୁଙ୍କ ମୋଟା ମୋଟା ଜଟ ଥାଏ ଏବଂ ଏହାର ଦେଖରେଖ ମଧ୍ୟ ବହୁତ ଯତ୍ନ ସହକାରେ ନିଆଯାଏ । କଳା ମାଟିରେ ତାକୁ ଧୁଆଯାଏ । ସୂର୍ଯ୍ୟଙ୍କ କିରଣରେ ଶୁଖାଯାଏ ।

କୁମ୍ଭର ବିଶେଷ ଅବସରରେ ସଙ୍ଗମ ତଟରେ ଗଙ୍ଗା ଆରତୀ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଅଛି । ଲୋକଙ୍କ ଧାରଣା ଯେ, କୌଣସି ଶୁଭ କାମର ପ୍ରାରମ୍ଭ ଭଗବାନଙ୍କ ଦର୍ଶନ ସହିତ କରିବା ଉଚିତ୍ ।