ଗତ କିଛି ଦିନ ଧରି ଅଶାନ୍ତ ହୋଇପଡିଛି କାଶ୍ମୀର । କିଛି ଦିନ ତଳେ ପହଁଚିଥିବା ୩୫ ହଜାର ଅତିରିକ୍ତ ସୁରକ୍ଷାବଳ ଜମ୍ମୁ-କାଶ୍ମୀରକୁ ନିଜ ସୁରକ୍ଷା ଛାଉଁଣୀରେ ଘୋଡାଇ ରଖିଛନ୍ତି । ସୋମବାର ଏଠାରେ କୌଣସି ବଡ ନିଷ୍ପତ୍ତି ନିଆଯିବାର ସମ୍ଭାବନାକୁ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶ୍ରୀନଗର ଏବେ ସୁରକ୍ଷା ଛାଉଣୀରେ ରହିଛି । ପାଦେ ପାଦେ ହାତରେ ବନ୍ଧୁକ ଧରି ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନଙ୍କୁ ଦେଖାଯାଉଛି । ଡଲ୍ ର ଗଳି ଏବେ ଶୂନଶାନ୍ ହୋଇପଡିଛି । ଫଟୋରେ ଫଟୋରେ ଦେଖନ୍ତୁ କାଶ୍ମୀରର ସ୍ଥିିତି ।

Advertisment

publive-image

୧ . ରାଜ୍ୟର ଠାଏଁ ଠାଏଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଜ୍ୟ ଭିତରକୁ ଆସୁଥିବା ଏବଂ ଯାଉଥିବା ପ୍ରତିଟି ଲୋକ ଏବଂ ଗାଡିକୁ ତିନ୍ନତିନ୍ନ କରି ଚେକ୍ କରାଯାଉଛି ।

publive-image

୨ . ଶ୍ରୀନଗରରେ ଅଲଗାବବାଦିଙ୍କ ଗଡ କୁହାଯାଉଥିବା ଡାଉନ୍ –ଟାଉନ୍ , ଲାଲ୍ ଚୌକ ଏବଂ ସଟ୍ଟେ ମେସୁମାରେ ସୁରକ୍ଷା ବ୍ୟବସ୍ଥାକୁ ଖୁବ୍ କଡାକଡି କରାଯାଇଛି ।

publive-image

୩ . ସମ୍ପୁର୍ଣ୍ଣ କାଶ୍ମୀରରେ କର୍ଫ୍ୟୁ ବ୍ୟବସ୍ଥା ଲାଗିସାରିଛି । ଅଶାନ୍ତ ଅବସ୍ଥାକୁ ଦେଖି ପ୍ରଶାସନ ରବିବାର ରାତିଠାରୁ ୧୪୪ ଧାରା ଲାଗୁ କରିଛନ୍ତି ।

publive-image