ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର ସିନେମା ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ୍ ଜୟଲଳିତାଙ୍କ ଭୂମିକାରେ ସିନେମାରେ ନଜର ଆସିବାକୁ ଯାଉଛନ୍ତି । ଜୟଲଳିତାଙ୍କ ଜୀବନୀ ଥଲାଇବିରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।
ସିନେମା ଜଜମେଣ୍ଟାଲ୍ ହେ କ୍ୟା ବକ୍ସ ଅଫିସରେ ଫ୍ଲପ୍ ହେବା ପରେ ବଲିଉଡ୍ କୁଇନ୍ କଙ୍ଗନା ଏହି ସିନେମା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି । ତେବେ କଙ୍ଗନାଙ୍କ କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଫଟୋ ଦେଖିଲେ ଜଣାପଡୁଛି ଯେ କଙ୍ଗନାଙ୍କ ପାଇଁ ଏହି ସିନେମାରେ ଅଭିନୟ କରିବା କେତେ କଷ୍ଟକର ହେଉଥିବ ।
ଏହି ଫଟୋକୁ ଦେଖିଲେ ଜଣାପଡୁଛି ଯେ କଙ୍ଗନା ପ୍ରୋସ୍ଥୋଟିକ୍ ମେକଅପ୍ ସାହାଯ୍ୟରେ ଜୟଲଳିତାଙ୍କ ଗେଟଅପ୍ ନେବେ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ତାଙ୍କର ଏହି ଫଟୋରେ ସେ ପ୍ରୋସ୍ଥୋଟିକ୍ ମେକଅପ୍ ନେଉଥିବାର ଦେଖାଯାଉଛନ୍ତି । ଏହି ଲୁକ୍ ଟେଷ୍ଟ୍ ପାଇଁ କଙ୍ଗନା ୨ ଦିନ ପୂର୍ବେ ଲସ୍ ଏଞ୍ଜେଲସ୍ ଯାଇଥିଲେ । ଫଟୋରେ ତାଙ୍କ ଚେହେରାରେ ସବୁଜ ରଙ୍ଗର ମୋଟା ଲେପ ଲାଗିଥିବା ଦେଖାଯାଉଛି ।
ଯେଉଁଥିପାଇଁ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ଅନୁଭବ ହେଉଥିବ । ହଲିଉଡ୍ ମେକଅପ୍ ଆର୍ଟିଷ୍ଟ୍ ଜେସନ୍ କୋଲିଙ୍ଗ୍ କଙ୍ଗନାଙ୍କ ଲୁକ୍ ଟେଷ୍ଟ କରୁଛନ୍ତି । ଏହି ଫଟୋ ଦେଖିଲେ ଲାଗୁଛି ଯେ ଜୟଲଳିତାଙ୍କ ଭୂମିକାରେ ପରଫେକ୍ଟ ଦେଖାଯିବା ପାଇଁ କଙ୍ଗନା କେତେ ପରିଶ୍ରମ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/K.jpg)
/kanak/media/post_attachments/wp-content/uploads/2019/09/fs-186x300.png)
/kanak/media/post_attachments/wp-content/uploads/2019/09/aesw-300x170.png)
/kanak/media/post_attachments/wp-content/uploads/2019/09/xaaq-300x286.png)