ଡିସେମ୍ବର ୧ ତାରିଖରେ ମୁମ୍ବାଇରେ ଆୟୋଜିତ ହୋଇଥିବା ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ରିସେପସନ ପାର୍ଟିରେ ବଲିଉଡ୍ ତାରକାରୁ ନେଇ ଶିଳ୍ପପତି ପର‌୍ୟ୍ୟନ୍ତ ବହୁ ନାମୀଦାମୀ ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ। ଦୀପବୀରଙ୍କ ଉତ୍ସବରେ ଅନେକ ଉଚ୍ଚ ସ୍ତରୀୟ ବ୍ୟକ୍ତିବିଶେଷଙ୍କ ଗହଣରେ ଦେଖିବାକୁ ମିଳିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ମୁକେଶ ପତ୍ନୀ ନିତା, ଝିଅ ଈଶା, ପୁତ୍ର ଆକାଶ, ଅନନ୍ତ, ଆକାଶଙ୍କ ଭାବି ପତ୍ନୀ ଶ୍ଳୋକା ମେହେତା ଓ ଅନନ୍ତଙ୍କ ବନ୍ଧୁ ରାଧିକଙ୍କ ସହ ବଲିଉଡର ଏହି ଚର୍ଚ୍ଚିତ ଯୋଡ଼ିଙ୍କୁ ଶୁଭେଚ୍ଛା ଦେବାକୁ ସେମାନଙ୍କ ରିସେପସନ ଭେନ୍ୟୁରେ ଉପସ୍ଥିତ ରହିଥିଲେ।

Advertisment
View this post on Instagram

#ambani family at #deepikapadukone #ranveersingh #weddingreception #deepveerkishaadi ❤️❤️❤️ @viralbhayani

A post shared by Viral Bhayani (@viralbhayani) on

ତେବେ ସେଠାରେ ସବୁଠାରୁ ମଜା ବାତାବରଣ ସୃଷ୍ଟି କରିଥିଲା ମୁକେଶ ଅମ୍ବାନୀଙ୍କୁ ସାମ୍ନାରେ ପାଇଁ ଜଣେ ଜିଓ ବ୍ୟବହାରକାରୀ କରିଥିବା ଅଭିଯୋଗ। ମୁକେଶ ଷ୍ଟେଜ୍ ଉପରେ ଥିବା ବେଳେ ତଳେ ତାଙ୍କ ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର୍। ଫଟୋଗ୍ରାଫର୍ ଜଣକ ମୁକେଶଙ୍କୁ ଦେଖିବା ମାତ୍ରେ ଚିଲାଇ କରି କହିଥିଲେ ‘ସାର୍, ଜିଓ ଆଉ ଚାଲୁ ନାହିଁ’। ଫଟୋଗ୍ରାଫରଙ୍କର ଏପରି ଖୋଲାଖୋଲି ଅଭିଯୋଗ ଶୁଣି ଉପସ୍ଥିତ ଅତିଥି ତ ହସିଥିଲେ, ସେମାନଙ୍କ ସହ ହସିଥିଲେ ନିଜେ ମୁକେଶ ଅମ୍ବାନୀ।