ଅପରାଧୀ ସହ ପୋଲିସ ବାବୁଙ୍କ ସେଲଫି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳିସାହି ହତ୍ୟାକାଣ୍ଡରେ ରହିଛି ଅଭିଯୁକ୍ତର ସମ୍ପୃକ୍ତି

ଗତ ୬ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ

355

କନକ ବ୍ୟୁରୋ: ହତ୍ୟା ଅଭିଯୁକ୍ତ ସହ ସେଲଫି ଉଠାଇଲେ ପୋଲିସ ବାବୁ । ଆପଣ ଦେଖୁଥିବା ଏହି ଫଟୋରେ ଚଷମା ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ହେଉଛି ଜଣେ ହତ୍ୟା ଅଭିଯୁକ୍ତ । ତାଙ୍କ ଡାହାଣ ପାଖରେ ବସିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଆଇଆଇସି । ତେବେ ସେଲଫିରେ ଥିବା ହତ୍ୟା ଅଭିଯୁକ୍ତ ଜଣଙ୍କ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳିସାହିରେ ଘଟିଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି । ଗତ ୬ ତାରିଖ ଦିନ ବାପାଙ୍କ ସାମ୍ନାରେ ପୁଅକୁ ହତ୍ୟା କରାଯାଇଥିଲା । ଆଳିସାହି ଭୀମାଛକରେ ବାପା-ପୁଅଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ଦୁର୍ବୃତ ।

ଏହି ମରଣାନ୍ତକ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିଲା । ୫ ତାରିଖ ବିଳମ୍ବିତ ରାତିରେ କାରରେ ଆସି ଦୃର୍ବତମାନେ ଏହି ଆକ୍ରମଣ କରିଥିଲେ । ଏହି ଘଟଣାରେ ପୁଲିସ କାର ଓ ଛୁରୀ ଜବତ କରିସାରିଛି । ଇଏ ହେଉଛି ସେହି ଦୁବୃର୍ତ ଯିଏ ହତ୍ୟାକାଣ୍ଡ ଘଟାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଇନର ରକ୍ଷକ ସାଜିଥିବା ଜଣେ ପୋଲିସ ଅଧିକାରୀ ହତ୍ୟା ଅଭିଯୁକ୍ତ ସହିତ ସେଲଫି ଉଠାଉଛନ୍ତି । ଏହାଠାରୁ ଦୁଃର୍ଭାଗ୍ୟଜନକ ଘଟଣା କଣ ହୋଇପାରେ ।