କନକ ବ୍ୟୁରୋ: ସୋସିଆଲ ମିଡିଆରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲ ହୋଇଛି । ପ୍ରଦୀପ୍ତ ପାତ୍ରଙ୍କ ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ ଆକାଂଉଟରେ ଏହି ଫଟୋ ଅଛି । କାର୍ତ୍ତିକ ମାସରେ ଲିଙ୍ଗରାଜ ହୋଇଥିବା ଦାମୋଦର ବେଶର ଫଟୋ ରହିଛି । ମନ୍ଦିର ଭିତରକୁ କ୍ୟାମେରା, ମୋବାଇଲ ଓ ବ୍ୟାଗ ନେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ମୁଖ୍ୟଦ୍ୱାରରେ କଡା ପହରା ମଧ୍ୟ ହୋଇଛି । ସୁରକ୍ଷା କର୍ମୀ ମୁତୟନ ଅଛନ୍ତି ଭକ୍ତ ପ୍ରବେଶ ବେଳେ ତନ୍ନ ତନ୍ନ କରି ଯାଂଚ ବି କରାଯାଉଛି । ତାସତ୍ୱେ ଥିବାବେଳେ ଏହି ଫଟୋ କେମିତି ଉଠିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଘୁରିବୁଲୁଥିବା ଲିଙ୍ଗରାଜଙ୍କ ଫଟୋ ଅଳ୍ପଦିନ ତଳେ ଉଠାଇଯାଇଥିବା ସନ୍ଦେହ କରାଯାଉଛି ।
Follow Us