କନକ ବ୍ୟୁରୋ: ଜମ୍ମୁ କଶ୍ମୀରର ରମ୍ବନ ଅଞ୍ଚଳରେ ଜଣେ ଜିଲ୍ଲା ଉନ୍ନୟନ କମିସନରଙ୍କୁ ପାଲିଙ୍କିରେ ବସାଇ କିଛି କର୍ମୀ କାନ୍ଧରେ ବୋହି ନେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଅଧିକାରୀଙ୍କ ନାମ ସୌକତ୍ ଏଜାଜ୍ ଭଟ୍ଟ। ସୌକତ୍ ରମ୍ବନର ଚକା କୁଣ୍ଡି ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିଲେ।
ସୌକତଙ୍କ ଅଧୀନସ୍ଥ କର୍ମଚାରୀମାନେ ତାଙ୍କୁ ମହା ଆଡମ୍ବରରେ ପାଲିଙ୍କିରେ ବସାଇ କାନ୍ଧରେ ବୋହି ନେଇ ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଯାବତ୍ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/OFFICER.jpg)
/kanak/media/post_attachments/wp-content/uploads/2019/07/maharaja-or-civil-servant-300x198.jpeg)