କାବୁଲ ବିମାନ ବନ୍ଦରରୁ ଯାଇ ବେଲଜିୟମରେ ପହଞ୍ଚିଲେ ଆଫଗାନିସ୍ତାନ ପରିବାର : ଖୁସିର ମୁହୁର୍ତର ଫଟୋ ହେଲା ଭାଇରାଲ

ଫଟୋରେ ଛୋଟ ଝିଅଟିଏ ଖୁସିରେ ଡ଼େଉଁ ଥିବାର ଚିତ୍ର ସମସ୍ତଙ୍କୁ କଲା ଆକର୍ଷିତ

318

କନକ ବ୍ୟୁରୋ : ଭାଇରାଲ ହେଉଛି ଆଫଗାନସ୍ଥାନର ଛୋଟ ଝିଅର ଫଟୋ । ପରିବାର ସହ ଝିଅଟିର ଏହି ଫଟୋକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେଉଛି, ଆଫଗାନିସ୍ଥାନରେ ତାଲିବାନର ଆତଙ୍କ । ଆଫଗାନିସ୍ଥାନରୁ ବିମାନ ଯୋଗେ ବେଲଜିୟମରେ ପହଞ୍ଚିବା ପରେ ଝିଅଟି ଏତେ ଖୁସି ହୋଇଯାଇଛି ଯେ, ଚାଲି ଚାଲି ଯାଉଥିବା ବେଳେ ଖୁସି ରେ ତା ଗୋଡ ତଳେ ଲାଗୁନଥିଲା । ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ଆପଣ ଶରଣାର୍ଥୀଙ୍କୁ ସୁରକ୍ଷା ଦିଅନ୍ତି ଏଭଳି ଦେଖିବାକୁ ମିଳେ, ଝିଅକୁ ବେଲଜିୟମକୁ ସ୍ୱାଗତ ।

ତେବେ ତାଙ୍କର ଏହି ଟୁଇଟରେ କମେଂଟ କରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତିି, ଏହା ହେଉଛି ପ୍ରକୃତ ସମୟ ଆମେ ତାଙ୍କୁ ଶରଣାର୍ଥୀ ବୋଲି ଉଚାରଣ ବନ୍ଦ କରିବା । କାରଣ ସେମାନେ ନାଟୋ ସେନାକୁ ଯୁଦ୍ଧ କରିବାରେ ସାହାଯ୍ୟ କରିଥିଲେ । ହଜାର ହଜାର ଲୋକ ଏହି ଫଟୋକୁ ସେୟାର କରୁଥିବା ବେଳେ ଲୋକେ ସେମାନଙ୍କୁ ଶରଣାର୍ଥୀ କହିବାକୁ ମନା କରୁଛନ୍ତିି । ଏହି ଫଟୋଟିକୁ ଉଠାଇଛନ୍ତି ରଏଟର୍ସର ଫଟୋଗ୍ରାଫର ଜୋହାନା ଗରେନ । ଆଫଗାନିସ୍ଥାନରେ ତାଲିବାନ ଆତଙ୍କ ବଢିବା ପରେ ଦୁଇ ସପ୍ତାହ ହେବ ଆଫଗାନବାସୀ ଭୟରେ ଅନ୍ୟ ଦେଶକୁ ପଳାଉଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟ ବେଲଜିୟମ ବିମାନ ବନ୍ଦରରେ ପହଂଚି ଚାଲି ଚାଲି ଯାଉଥିବା ବେଳେ ଏହି ଫେଟା ଉଠାଯାଇଛି ।