କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଇବାକୁ ନେଇ ବିବାଦ : ଗୁଇନ୍ଦାଗିରି ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେପି

କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଇବାକୁ ନେଇ ବିବାଦ : ଗୁଇନ୍ଦାଗିରି ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେପି

କନକ ବ୍ୟୁରୋ : ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଇବାକୁ ନେଇ ବିବାଦ । ଆଦର୍ଶ ଥାନାରେ ଏତଲା । ପଦ୍ମପୁର ପୁରୁଷତୋମପୁରରେ ଜଣେ ବିଜେପି କର୍ମୀଙ୍କ ଘରେ ଦୁଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଅଶ୍ୱିନୀ ବୈଷ୍ୱବଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ପ୍ରତାପ ଷଡଙ୍ଗୀ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଅଜଣା ବ୍ୟକ୍ତି ପ୍ରବେଶ କରି ଆସିଥିଲେ । ପରେ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ବିନା ଅନୁମତିରେ ଫଟୋ ନ ଉଠାଇବାକୁ ସଂପୃକ୍ତ ବ୍ୟକ୍ତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାକର୍ମୀ କହିଥିଲେ ।

ଏହାପରେ ସଂପୃକ୍ତ ବ୍ୟକ୍ତିର ପରିଚୟ ପତ୍ର ମାଗିଥିଲେ ସୁରକ୍ଷାକର୍ମୀ । ନିଜକୁ ଗୁଇନ୍ଦା ଅଧିକାରୀ ବୋଲି ସେହି ବ୍ୟକ୍ତି ପରିଚୟ ଦେଇଥିବା ସୂଚନା ରହିଛି । ତାଙ୍କ ଘର ବଲାଙ୍ଗୀରର ବୋଲି କହିଥିବା ସୂଚନା ରହିଛି । ଏହାପରେ ସଂପୃକ୍ତ ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ତେବେ ଦୌଡି ପଳାଇବା ପରେ ସଂପୃକ୍ତ ବ୍ୟକ୍ତି ତାଙ୍କ ପରିଚୟ ପତ୍ର ଓ ମୋବାଇଲ ଛାଡି ଯାଇଛନ୍ତି । ଏ ନେଇ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ବିଜେପ ନେତା ରିତେଶ କୁମାର ବହିଦାର । ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଯୋଗକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe