ଫୋନ୍ ପେ’ ୟୁଜର୍ସଙ୍କ ପାଇଁ ବଡ ଖବର । ଫୋନ୍ ପେ’ରେ ରିଚାର୍ଜ କଲେ କଟିବ ପଇସା ।

171

କନକ ବ୍ୟୁରୋ: ଫୋନ୍ ପେ । ଦେଶର ସବୁଠୁ ଲୋକପ୍ରିୟ ଡିଜିଆଲ୍ ପେମେଣ୍ଟ ଆପ୍ । ଯାହା ସାହାଯ୍ୟରେ ଲୋକମାନେ ରିଚାର୍ଜଠୁ ଆରମ୍ଭ କରି ବିଲ୍ ପେମେଣ୍ଟ, ବ୍ୟାଙ୍କ୍ ଟ୍ରାଞ୍ଜାକସନ୍ ଆଦି କରିଥାନ୍ତି । ଦୋକାନ, ହେଉ କି ବଜାର, ସପିଂ ମଲ ହେଉକି ଅନ୍ୟକିଛି – ସବୁଠି ଏହି ଆପ୍ ସାହାଯ୍ୟରେ ଆପଣ ଟଙ୍କା ଦେଣନେଣ କରିପାରିଥାନ୍ତି । ଆଉ ଏବେ ଏହି ଫୋନ୍ ପେ ଗ୍ରାହକଙ୍କ ପାଇଁ ଆସିଛି ବଡ ଖବର ।

ଫୋନ ପେ ରେ ରିଚାର୍ଜ କଲେ ଏଣିକି କଟିବ ପଇସା । ଆଉ ପୂର୍ବଭଳି ମାଗଣାରେ ହେବନିି ଫୋନ୍ ପେ ରିଚାର୍ଜ । ଫୋନ୍ ପେ ରିଚାର୍ଜ ପାଇଁ ଏବେ ପ୍ରୋସେସିଙ୍ଗ୍ ଫି ବାବଦରେ ଟଙ୍କା ଗଣିବେ ୟୁଜର୍ସ । ଡିଜିଟାଲ ପେମେଟଂ କମ୍ପାନୀ ଫୋନ୍ ପେ ୟୁପିଆଇ ଟ୍ରାଞ୍ଜାକସନ୍ ଉପରେ ଏହି ନୂଆ ନିୟମ ଲାଗୁ କରିଛି । ତେବେ ନଜର ପକାନ୍ତୁ, ଫୋନ ପେ’ରେ କେତେ ଟଙ୍କା ରିଚାର୍ଜ କଲେ ଗଣିବାକୁ ପଡିବ କେତେ ଟଙ୍କା…

• ୫୦ ଟଙ୍କାରୁ କମ୍ ମୂଲ୍ୟର ଫୋନ୍ ପେ ରିଚାର୍ଜ ଉପରେ କୌଣସି ପ୍ରୋସେସିଙ୍ଗ୍ ଫି ଦେବାକୁ ପଡିବନି ।

• କେବଳ ୫୦ ଟଙ୍କାରୁ ୧୦୦ ଟଙ୍କା ଭିତରେ, ଆପଣ ଯଦି ଫୋନ୍ ପେ ରେ କୌଣସି ରିଚାର୍ଜ କରନ୍ତି । ତେବେ ପ୍ରୋସେସିଙ୍ଗ୍ ଫି ବାବଦରେ ଆପଣଙ୍କୁ ୧ ଟଙ୍କା ଦେବାକୁ ପଡିବ ।

• ସେହିପରି ଶହେ ଟଙ୍କାରୁ ଅଧିକ ଟଙ୍କାର କୌଣସି ଫୋନ୍ ପେ ରିଚାର୍ଜ କଲେ । ୟୁଜର୍ସମାନଙ୍କୁ ଏଣିକି ୨ ଟଙ୍କା ଫି’ ଦେବାକୁ ପଡିବ ।

ୟୁପିଆଇ ଟ୍ରାଞ୍ଜାକସନ୍ ଉପରେ ୟୁଜର୍ସମାନଙ୍କଠାରୁ ଚାର୍ଜ ନେବାରେ ଏବେ ଫୋନ୍ ପେ ପ୍ରଥମ ଡିଜିଆଲ୍ ପେମେଟଂ ଆପ୍ ହେଇଯାଇଛି । ଏହା ପୂର୍ବରୁ ଫୋନ୍ ପେ ରେ ରିଚାର୍ଜ କଲେ , ୟୁଜର୍ସଙ୍କୁ କୌଣସି ଫି ଦେବାକୁ ପଡୁନଥିଲା । ଲୋକମାନେ ଏହାକୁ ବିଲକୁଲ୍ ମାଗଣାରେ କରିପାରୁଥିଲେ । କେବଳ ସେପ୍ଟେମ୍ବର ମାସରେ ଏହି ଆପ୍ ଜରିଆରେ ୧୬୫ କୋଟି ଟଙ୍କାର ଦେଣନେଣ ହୋଇଥିଲା । ଯାହାକୁ ଦେଖି ଏବେ କମ୍ପାନୀ ଏହି ନୂଆ ଫି ନିୟମ ଲାଗୁ କରିଛି । ଫୋନ୍ ପେ ତରଫରୁ କୁହାଯାଇଛି, ରିଚାର୍ଜକୁ ନେଇ ଛୋଟ ସ୍ତରରେ ଏଭଳି ଏକ ପ୍ରୟାସ ଆରମ୍ଭ କରାଯାଇଛି । ଏହା ସାହାଯ୍ୟରେ ୟୁଜର୍ସଙ୍କୁ ଏବେ ମୋବାଇଲ୍ ରିଚାର୍ଜ ପାଇଁ ଫି ଦେବାକୁ ପଡିବ । ତେବେ ପଚାଶ ଟଙ୍କାରୁ କମ ଟଙ୍କାର ରିଚାର୍ଜ ଉପରେ କୌଣସି ଫି ଦେବାକୁ ପଡିବ ନାହିଁ । କେବଳ ୫୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କଲେ ଲୋକମାନଙ୍କୁ ପ୍ରୋସେସିଙ୍ଗ୍ ଫି, ଦେବାକୁ ପଡିବ ।