କରୋନା ସଂକ୍ରମଣ ନେଇ ଚିନ୍ତା ବଢ଼ାଉଛି କୋଲକାତା! ଫୋନ ଟ୍ରାକ୍ କରି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ପ୍ରଶାସନର ଉଦ୍ୟମ । ପଢ଼ନ୍ତୁ କିଭଳି ଫୋନ୍ କହିବ ଫେରିଛି କିଏ?

Advertisment
କରୋନା ସଂକ୍ରମଣ ନେଇ ଚିନ୍ତା ବଢ଼ାଉଛି କୋଲକାତା! ଫୋନ ଟ୍ରାକ୍ କରି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ପ୍ରଶାସନର ଉଦ୍ୟମ । ପଢ଼ନ୍ତୁ କିଭଳି ଫୋନ୍ କହିବ ଫେରିଛି କିଏ?

କନକ ବ୍ୟୁରୋ: କରୋନାର ପଶ୍ଚିମବଙ୍ଗ ଠିକଣା, ଓଡ଼ିଶା ପାଇଁ ନୂଆ ସଂକଟ ହୋଇ ସାମ୍ନାକୁ ଆସିଥିବା ବେଳେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ୍ କରିବା ପାଇଁ ଅଂଟା ଭିଡିଛନ୍ତି ଓଡ଼ିଶା ସରକାର । କୋରାପୁଟ୍ ଜିଲ୍ଲାପାଳଙ୍କୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଲେଖିଥିବା ଏହି ଚିଠି ଉପରେ ନଜର ପକାନ୍ତୁ । ଫୋନ୍ ଟ୍ରାକିଂ କରି ପଶ୍ଚିମବଙ୍ଗରୁ କୋରାପୁଟ୍ ଫେରିଥିବା ୪୫ ଜଣଙ୍କ ନାଁ ଓ ମୋବାଇଲ ନମ୍ବର ଦେଇ ସେମାନଙ୍କୁ ସଂଗରୋଧରେ ରଖିବା ପାଇଁ ଏହି ଚିଠିରେ କୁହାଯାଇଛି ।

ମାର୍ଚ୍ଚ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ମୋବାଇଲ୍ ଫୋନ୍ ପଶ୍ଚିମବଙ୍ଗରେ ଆକ୍ଟିଭ୍ ଥିଲା ଏବଂ ପରେ ଓଡ଼ିଶାରେ ଆକ୍ଟିଭ୍ ରହିଛି, ସେହି ସବୁ ନମ୍ବରକୁ ଟ୍ରାକ୍ କରାଯାଇ ତଥ୍ୟ ସଂଗ୍ରହ କରିଛନ୍ତି ଓଡ଼ିଶା ସରକାର । ଆଉ ଏହି ତଥ୍ୟକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଯାଇଛି ।

ଯେଉଁମାନେ ମାର୍ଚ୍ଚ ୨୫ ତାରିଖ ପରେ ପଶ୍ଚିମବଙ୍ଗରୁ ଫେରିଛନ୍ତି, ସେମାନଙ୍କୁ ଠାବ କରି କ୍ୱାରେନ୍ଟିନ୍ ବା ସଂଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଜର ପକାନ୍ତୁ ମାର୍ଚ୍ଚ ୨୫ ତାରିଖ ପରେ ଓଡ଼ିଶାକୁ ପଶ୍ଚିମବଙ୍ଗରୁ କେତେ ଲୋକ ଫେରିଛନ୍ତି ।

-ଟ୍ରେସିଂ ଜରିଆରେ ମିଳିଥିବା ସୂଚନା ଅନୁସାରେ ୨ ହଜାର ୯ଶହ ଜଣ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଛନ୍ତି
- ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୭୭୨ ଜଣ ପଶ୍ଚିମବଙ୍ଗରୁ ବାଲେଶ୍ୱର ଜିଲ୍ଲାକୁ ଫେରିଛନ୍ତି
- ଭଦ୍ରକ ଜିଲ୍ଲାକୁ ୨୪୨, ଯାଜପୁର ଜିଲ୍ଲାକୁ ୩୨୯ ଏବଂ କୋରାପୁଟ ଜିଲ୍ଲାକୁ ୪୫ ଜଣ ଫେରିଛନ୍ତି
- ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ୨୩୮ ଜଣଙ୍କ ଫୋନ୍ ଟ୍ରେସିଂ କରାଯାଇଛି
- ଫୋନ୍ ଟ୍ରେସିଂ ଜରିଆରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଥିବା ଏହି ସମସ୍ତଙ୍କୁ ଠାବ କରି ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କ୍ୱାରେଟିନ୍ରେ ରଖିବାକୁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଶେଷ ଖବର ସୁଦ୍ଧା ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ୧୬ ପଜିଟିଭ୍, ଯାଜପୁର ଜିଲ୍ଲାର ୧୨ ଜଣ ପଜିଟିଭ୍ ଏବଂ ବାଲେଶ୍ୱର ଜିଲ୍ଲାର ୧୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଫୋନ୍ ଟ୍ରେସିଂ ଭଳି ଉଦ୍ୟମ ଜରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe