ଫ୍ଲିପ୍‌କାର୍ଟଠୁ ଅଲଗା ହେବ ଫୋନ୍‌ ପେ' : ଏକା ଆଗକୁ ବଢ଼ିବ, ସ୍ବତନ୍ତ୍ର ବୋର୍ଡ ଗଠନ ହେବ

Advertisment
ଫ୍ଲିପ୍‌କାର୍ଟଠୁ ଅଲଗା ହେବ ଫୋନ୍‌ ପେ' : ଏକା ଆଗକୁ ବଢ଼ିବ, ସ୍ବତନ୍ତ୍ର ବୋର୍ଡ ଗଠନ ହେବ

କନକ ବ୍ୟୁରୋ : ଆମେରିକାର ସଂସ୍ଥା ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପ୍‌କାର୍ଟ ଠାରୁ ଫୋନ୍‌ପେ ଅଲଗା ହେବ। ଏହା ଏକାକୀ ଆଗକୁ ବଢ଼ିବ। ନିଜ ଅଭିବୃଦ୍ଧି ଲାଗି ପାଣ୍ଠି ଯୋଗାଡ଼ କରିବାରେ ଫୋନ୍‌ପେ ବିଭିନ୍ନ ସମସ୍ୟା ସାମ୍ନା କରିବା ପରେ ଏହାକୁ ନିଜ ଠାରୁ ଅଲଗା କରିବାକୁ ଫ୍ଲିପ୍‌କାର୍ଟ ନିଷ୍ପତ୍ତି ନେଇଛି। ତେବେ ସମ୍ପୂର୍ଣ୍ଣ ରୂପେ ଏହା ଅଲଗା ହେବ ନାହିଁ। ଦୁଇ କଂପାନି ମଧ୍ୟରେ ସମନ୍ବୟ ରହିବ। ଫୋନ୍‌ପେର ସବୁଠୁ ବଡ଼ ଅଂଶଧନକାରୀ ହୋଇରହିବ ଫ୍ଲିପ୍‌କାର୍ଟ। କିନ୍ତୁ ଏହା ନୂଆ ବୋର୍ଡ ଦ୍ବାରା ପରିଚାଳିତ ହେବ।

ଫ୍ଲିପ୍‌କାର୍ଟର ବୋର୍ଡ ଫୋନ୍‌ପେ ପାଇଁ ନିଷ୍ପତ୍ତି ନେବ ନାହିଁ। ସ୍ବତନ୍ତ୍ର ବୋର୍ଡ ଜରିଆରେ ଏହା ବଜାରରୁ ପାଣ୍ଠି ଉଠାଇବ। ୱାଲମାର୍ଟ ଓ ଟାଇଗର୍‌ ଗ୍ଲୋବାଲ୍ ଭଳି ସଂସ୍ଥା ଯେଉଁମାନେ ଫ୍ଲିପ୍‌କାର୍ଟରେ ପୁଞ୍ଜିନିବେଶ କରିଛନ୍ତି ସେମାନେ ଫୋନ୍‌ପେକୁ ପାଣ୍ଠି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫୋନ୍‌ପେ ଏହାର ଚାରି ବର୍ଷ ଯାତ୍ରା ଭିତରେ ବେଶ ଲୋକପ୍ରିୟ ହେବା ସହ ୨୫ କୋଟି ବ୍ୟବହାରକାରୀଙ୍କ ପାଖରେ ପହଞ୍ଚିଛି। ୨୦୨୨ ଡିସେମ୍ବର ସୁଦ୍ଧା ଏହା ୫୦ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଚାହୁଛି। ସେଥିପାଇଁ ବିପୁଳ ପରିମାଣର ପାଣ୍ଠି ଦରକାର। ତାହା ଯୋଗାଡ଼ କରିବା ଲାଗି ଫୋନ୍‌ପେ ଏକ ସ୍ବତନ୍ତ୍ର କଂପାନିରେ ପରିଣତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe