ରେଳ ଦୁର୍ଘଟଣା ଉପରେ ଲାଗିବ ଲଗାମ : ଫୋନ୍ ର ସଂକେତ ଯୋଗେ ଅଟକିବ ଟ୍ରେନ

Advertisment
ରେଳ ଦୁର୍ଘଟଣା ଉପରେ ଲାଗିବ ଲଗାମ : ଫୋନ୍ ର ସଂକେତ ଯୋଗେ ଅଟକିବ ଟ୍ରେନ

ମାନବ ରହିତ ରେଲୱେ କ୍ରସିଙ୍ଗ ଉପରେ ଏବେ ଡେଡିକେଟେଡ୍ ଫୋନଧାରୀ କର୍ମଚାରୀଙ୍କ ନିଯୁକ୍ତି ହେବ । ପୂର୍ବ ମଧ୍ୟ ରେଲୱେର ଧାନବାଦ ମଣ୍ଡଳର ୨୫ ମାନବ ରହିତ କ୍ରସିଙ୍ଗରେ ଏହାର ଆରମ୍ଭ ହେବାକୁ ଯାଉଛି । ଜରୁରୀକାଳୀନ ପରିସ୍ଥିତିରେ କ୍ରସିଙ୍ଗରେ ମୁତୟନ ହୋଇଥିବା କର୍ମୀ ଦ୍ୱାରା ଡେଡିକେଟେଡ୍ ଅର୍ଥାତ୍ ବିଶେଷ ଫୋନର ବଟନ ଦବାଇବା କ୍ଷଣି ଷ୍ଟେସନ ମାଷ୍ଟର ପାଖରେ ଟ୍ରେନକୁ ରୋକିବା ପାଇଁ ସନ୍ଦେଶ ପହଂଚିଯିବ । ଗତ ବର୍ଷ ରେଲୱେ ୧୪୬୪ ମାନବ ରହିତ ରେଲୱେ କ୍ରସିଙ୍ଗକୁ ହଟାଇ ଥିଲେ । ଏହା ପୂର୍ବରୁ ଅର୍ଥାତ୍ ୨୦୧୪ରୁ ୨୦୧୬ ମଧ୍ୟରେ ୮୯୦ ମାନବ ରହିତ ପ୍ରସିଙ୍ଗ ଉପରେ କର୍ମୀଙ୍କୁ ମୁତୟନ କରି ଏହାକୁ ଏହାକୁ ମାନବ ଯୁକ୍ତ ରେଲୱେ କ୍ରସିଙ୍ଗ ବନାଯାଇଥିଲା ମେ ୨୦୧୮ର ସ୍ଥିତି ପର୍ଯ୍ୟନ୍ତ ଦେଶ ସାରା ମୋଟ୍ ୩୪୭୯ ମାନବ ରହିତ ରେଲୱେ କ୍ରସିଙ୍ଗ ଅବସ୍ଥିତ ।

publive-image

ପୂର୍ବ ମଧ୍ୟ ରେଲୱେ ଆପଣାଇଥିବା ଏହି ନୂଆ ଯୁକ୍ତିରେ ମାନବ ରହିତ କ୍ରସିଙ୍ଗରେ ନିଯୁକ୍ତ କର୍ମଚାରୀଙ୍କ ପାଖରେ ଯେଉଁ ଫୋନ ଥିବ, ସେଥିରେ ନମ୍ବର ଅଙ୍କିତ ହେବନି । କ୍ରସିଙ୍ଗରେ ସଂକଟର ସ୍ଥିତି ଦେଖି କେବଳ ଗୋଟିଏ ବଟନ ଦବାଇବାକୁ ପଡିବ । ଯଦ୍ୱାରା ନିକଟସ୍ଥ ଷ୍ଟେସନ ମାଷ୍ଟର ପାଖରେ ଥିବା ଏମିତି ହିଁ ଫୋନରେ ତୁରନ୍ତ ବିପଦ ସଂକେତ ପହଂଚିଯିବ । ଷ୍ଟେସନ ମାଷ୍ଟରର ଫୋନରେ ୧ରୁ ୯ ପର୍ଯ୍ୟନ୍ତ ନମ୍ବର ଲେଖା ଥିବ । ଯାହା ଭିନ୍ନ ଭିନ୍ନ କ୍ରସିଙ୍ଗରେ ନିଯୁକ୍ତ କର୍ମଚାରୀଙ୍କ ଫୋନକୁ ଇଙ୍ଗିତ ଦେବ । ଏହା ଦ୍ୱାରା ସେ ବୁଝିଯିବ ଯେ ସଂକେତ କେଉଁ କ୍ରସିଙ୍ଗରୁ ଆସିଛି । ସଂକେତ ମିଳିବା କ୍ଷଣି ଷ୍ଟେସନ ମାଷ୍ଟର ସେହି ଦିଗରେ ଆଗକୁ ବଢ଼ୁଥିବା ଟ୍ରେନର ଡ୍ରାଇଭର ସହିତ ସଂପର୍କ କରି ଟ୍ରେନକୁ ତୁରନ୍ତ ଅଟକାଇଦେବେ । ପ୍ଲାଟଫର୍ମରୁ ଟ୍ରେନ ବାହାରିବା ପୂର୍ବରୁ ମଧ୍ୟ ଷ୍ଟେସନ ମାଷ୍ଟର ଅନ୍ୟ କ୍ରସିଙ୍ଗରେ ନିଯୁକ୍ତ କର୍ମୀ ସହିତ ଫୋନରେ କଥା ହେବେ । ସାମାନ୍ୟ ସ୍ଥିତିର ସୂଚନା ମିଳିବା ପରେ ହିଁ ଟ୍ରେନକୁ ସେହି ପଟେ ଛାଡିବାକୁ ଅନୁମତି ଦିଆଯିବ । ଡେଡିକେଟେଡ ଫୋନରେ ଭଏସ୍ ରେକର୍ଡିଙ୍ଗ ବି ହୋଇପାରିବ । ଏହା ସହିତ ସମସ୍ତ ସୂଚନାର ଆଦାନ ପ୍ରଦାନର ଡାଟା ବି ସୁରକ୍ଷିତ ରହିବ । ଏହି ବ୍ୟବସ୍ଥା ପରେ କୈାଣସି ଦୁର୍ଘଟଣା ହୁଏ ଯଦି ତେବେ ଡେଡିକେଟେଡ୍ ଫୋନରେ ରେକର୍ଡ ଥିବା ବିବରଣୀର ଆଧାରରେ ଦୁର୍ଘଟଣାର କାରଣ ଜଣାପଡିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe