କନକ ବ୍ୟୁରୋ: ମୋବାଇଲା ହେଲା କାଳ । ମୋବାଇଲ ଫାଟି ଗଲା ଜଣେ ଶ୍ରମିକର ଜୀବନ । ପାରାଦୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଜଣେ ଶ୍ରମିକ ଶୋଇଥିବାବେଳେ ମୋବାଇଲ ଫାଟି ତାଙ୍କର ମୃତ୍ୟୁ ହୋଇଛି । ଗତ ରାତିରେ ମୋବାଇଲକୁ ଛାତି ଉପରେ ରଖି ଶୋଇଥିବାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଘର ନୟାଗଡ ଜିଲ୍ଲାର ରଣପୁର ପଂଚାୟତରେ ଓ ତାଙ୍କ ନାଁ କୁନା ପ୍ରଧାନ ବୋଲି ଜଣାପଡିଛି । ସେ ଏକ ମନ୍ଦିରରେ ଶ୍ରମିକ ଭାବେ କାମ କରିବା ପାଇଁ ନୟାଗଡରୁ ଆସି ପାରାଦୀପରେ ରହୁଥିଲେ ।
ସୂଚନା ଅନୁସାରେ, ଗତକାଲି ବିଳମ୍ବତ ରାତିରେ ସ୍ଥାନୀୟ ଲକ୍ପଡ଼ା ଅଞ୍ଚଳରେ ଗୋଟାଏ ମୋବାଇଲ୍ ଫୋନ୍ ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ନୟଗାଡ଼ ଜିଲ୍ଲା ଅନ୍ତର୍ଗତ ଲେମ୍ବାଗୁଡ଼ା ଗ୍ରାମର ୩୭ ବର୍ଷିୟ କୁନା ପ୍ରଧାନ। ଜଗନ୍ନାଥ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଗୋଟାଏ ମନ୍ଦିର ତୋଳିବା ପାଇଁ ନୟାଗଡ଼ ଜିଲ୍ଲାରୁ କିଛି କାରିଗରଙ୍କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣ ଗତରାତିରେ ସଂଘ କାର୍ଯ୍ୟାଳୟର ଏକ ରୁମରେ ଶୋଇଥିଲେ।
ରାତି ପ୍ରାୟ ୧: ୩୦ ବେଳେ କୌଣସି କାରଣରୁ ଫୋନଟି ପ୍ରଚଣ୍ଡ ଶବ୍ଦ କରି ଫାଟିବାରୁ କୁନାଙ୍କର ମୁହଁ ସମେତ ଦେହର ଉପରିଭାଗ ପୋଡ଼ି କ୍ଷତବିକ୍ଷତ ହୋଇଯାଇଥିଲା। ବିସ୍ଫୋରଣଜନିତ ଶବ୍ଦରେ ସେ କୋଠରିରେ ଶୋଇଥିବା ଅନ୍ୟମାନେ ଚମକି ଉଠିପଡ଼ିଥିଲେ। ଚିକିତ୍ସା ନିମନ୍ତେ କୁନାଙ୍କୁ ଟ୍ରକ୍ ଆସୋସିଏସନ୍ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ୍ ହସ୍ପିଟାଲକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/MOBILE.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-11-09h12m49s82-300x165.png)
/kanak/media/post_attachments/wp-content/uploads/2019/11/vlcsnap-2019-11-11-09h13m45s132-300x165.png)