ମନ୍ତ୍ରୀ ହେବାକୁ ଥିବା ସାଂସଦଙ୍କୁ ନିକଟକୁ ଗଲା ଫୋନ୍ କଲ୍ ! ଅପରାହ୍ନ ୪ଟାରେ ସାଂସଦଙ୍କୁ ଭେଟିବେ ମୋଦି, ଜାଣନ୍ତୁ କିଏ ହୋଇପାରନ୍ତି ମନ୍ତ୍ରୀ ।

Advertisment
ମନ୍ତ୍ରୀ ହେବାକୁ ଥିବା ସାଂସଦଙ୍କୁ ନିକଟକୁ ଗଲା ଫୋନ୍ କଲ୍ ! ଅପରାହ୍ନ ୪ଟାରେ ସାଂସଦଙ୍କୁ ଭେଟିବେ ମୋଦି, ଜାଣନ୍ତୁ କିଏ ହୋଇପାରନ୍ତି ମନ୍ତ୍ରୀ ।

କନକ ବ୍ୟୁରୋ : ପ୍ରଚଣ୍ଡ ବହୁମତ ସହ ମୋଦି ସରକାର ଦ୍ୱିତୀୟ ଥର ଲାଗି ଆଜି ଶପଥ ଗ୍ରହଣ କରିବେ । ତେବେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କିଏ ମନ୍ତ୍ରିପଦ ପାଇବେ ସେନେଇ ଚର୍ଚ୍ଚା ଜୋରଧରିଛି । ତେବେ ଏହାରି ଭିତରେ ମନ୍ତ୍ରିପଦ ପାଇଁ ସାଂସଦଙ୍କୁ ଫୋନ୍ କଲ୍ ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅପରାହ୍ନ ୪ଟାରେ ମୋଦି ସାଂସଦ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଯାଉଥିବା ସୂଚନା ମିଳିଛି ।

ତେବେ ଅର୍ଜୁନ ରାମ ମେଘୱାଲଙ୍କୁ ପ୍ରଥମ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି । ସେହିପରି ପୀୟୁଷ ଗୋଏଲ, ପ୍ରକାଶ ଜାଭଡେକରଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଥିବା ଜଣାପଡିଛି । ରାଜନାଥ ସିଂହ, ସ୍ମୃତି ଇରାନୀ, ରାମ ବିଲାଶ ପାସୱାନ୍, କିରଣ ରିଜିଜୁ, ନିର୍ମଳା ସୀତାରମଣ, ଜିତେନ୍ଦ୍ର ସିଂହ, ବାବୁଲ ସୁପ୍ରିୟୋ, ହରସିମରତ କୌର ବାଦଲ, ରବିଶଙ୍କର ପ୍ରସାଦ, ଅର୍ଜୁନ୍ ମେଘୱାଲ, ଅନୁପ୍ରିୟା ପଟେଲ, ମୁକ୍ତାର ଆଭାସ ନକଭୀଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି ।

ସୁଷମା ସ୍ୱରାଜ. ନୀତିନ ଗଡକରୀ, ଗିରିରାଜ୍ ସିଂହ, କିଶନ ପାଲ୍ ଗୁର୍ଜର, ସ୍ୱାଧୀ ନିରଞ୍ଜନ ଜ୍ୟୋତି, ପୁରୁଷୋତ୍ତମ ରୁପାଲା, ପ୍ରହଲ୍ଲାଦ ପଟେଲ, ରାଜ୍ୟବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂହ ତୋମାରଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି ।

ତେବେ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି । ତେବେ ଆଉ କିଛି ସମୟ ପରେ ମୋଦିଙ୍କ ପୁରା ମନ୍ତ୍ରୀମଣ୍ଡଳର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ଜଣଙ୍କ ପରେ ଜଣେ ସାଂସଦଙ୍କ ନିକଟକୁ ଫୋନ୍ କଲ୍ ଯାଉଥିବା ବର୍ତ୍ତମାନ ସମୟରେ ଜଣାପଡିଛି । ସନ୍ଧ୍ୟାରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ମୋଦିଙ୍କ ସହ ପୁରା ମନ୍ତ୍ରୀମଣ୍ଡଳ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe