ଏବେ ବି ୬୩ରେ ନଟଆଉଟ ଫିଲିପ ହ୍ୟୁଗ୍ସ: ଆଜିର ଦିନରେ ପଡିଆରେ ଟଳିପଡିଥିଲେ ଏହି ଅଷ୍ଟ୍ରେଲିଆ କ୍ରିକେଟର

Advertisment
ଏବେ ବି ୬୩ରେ ନଟଆଉଟ ଫିଲିପ ହ୍ୟୁଗ୍ସ: ଆଜିର ଦିନରେ ପଡିଆରେ ଟଳିପଡିଥିଲେ ଏହି ଅଷ୍ଟ୍ରେଲିଆ କ୍ରିକେଟର

କନକ ବ୍ୟୁରୋ: ଆଜିକୁ ଠିକ୍‌ ୭ବର୍ଷ ତଳେ କ୍ରିକେଟ ଜଗତରେ ଛାଇ ଯାଇଥିଲା ଦୁଃଖର ଛାୟା। ୨୭ ନଭେମ୍ଵର ୨୦୧୪ ମସିହାରେ ଅଷ୍ଟ୍ରେଲିୟ କ୍ରିକେଟର ଫିଲିପ ହ୍ୟୁଗ୍ସ ବଲ୍‌ ବାଜିବା ଯୋଗୁଁ ପଡ଼ିଆ ମଝିରେ ଟଳି ପଡ଼ିଥିଲେ। ସିଡନିରେ ଖେଳାଯାଉଥିବା ଏକ ଘରୋଇ କ୍ରିକେଟରେ ଖେଳୁଥିବା ସମୟରେ ଆହତ ହୋଇଥିଲେ। ଏହି ଆହତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସିଫିଲଡ୍‌ ସିଲଡ୍‌ ଟ୍ରଫିରେ ସାଉଥ ଅଷ୍ଟ୍ରେଲିଆ ତରଫରୁ ଖେଳୁଥିଲେ ହ୍ୟୁଗ୍ସ। ସାଉଥ ଓ୍ଵେଲ୍ସ ବିପକ୍ଷ ମ୍ୟାଚ ବେଳେ ସିନ୍‌ ଆବୋଟଙ୍କ ବଲକୁ ହୁକ୍‌ କରିବାକୁ ଚେଷ୍ଟା କରୁଥିଲେ ହ୍ୟୁଗ୍ସ। ହେଲେ ବଲ ସିଧା ଯାଇ ତାଙ୍କ ହେଲମେଟରେ ତଳ ଭାଗରେ ବାଜିଥିଲେ। ଫଳରେ ସେହିଠାରେ ହିଁ ଟଳି ପଡ଼ିଥିଲେ ହ୍ୟୁଗ୍ସ । ସେହି ସମୟରେ ସେ ୬୩ ରନ କରିଥିଲେ।

ବଲ୍‌ ବାଜିବା ପରେ ସେ ପଡ଼ିଆ ମଧ୍ୟରେ ବେହୋସ ହୋଇଯାଇଥିଲେ। ସଙ୍ଗେସଙ୍ଗେ ମ୍ୟାଚକୁ ବନ୍ଦ କରାଯାଇ ହ୍ୟୁଗ୍ସଙ୍କୁ ଷ୍ଟେଚର ମାଧ୍ୟମରେ ହସ୍ପିଟାଲ ନିଆଯାଇଥିଲା। ଅଚେତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ହେଲେ ଡିସେମ୍ଵର ୩ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେ ଅଷ୍ଟ୍ରେଲିଆ ପକ୍ଷରୁ ୨୬ଟି ଟେଷ୍ଟ ମ୍ୟାଚ ଖେଳି ୧ ହଜାର ୫୩୫ ରନ୍‌ କରିଥିଲେ। ସେହିପରି ଦିନିକିଆରେ ୨୫ଟି ମ୍ୟାଚ ଖେଳି ୮୨୬ ରନ୍‌ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ସାରା କ୍ରିକେଟ ଜଗତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe