ଚୀନକୁ ଫିଲିପାଇନ୍ସର ଧମକ । ଯଦି ପୁଣି ଭୟଭିତ କରିବାକୁ ଚେଷ୍ଟା କରିବ ତେବେ ସମୁଦ୍ରରେ ନିଆଁ ଲଗାଇଦେବୁ

189

କନକ ବ୍ୟୁରୋ : ଫିଲିପାଇନ୍ସ ଓ ଚୀନ ମଧ୍ୟରେ ଲାଗିଥିବା ବିବାଦ ଭିତରେ ଚୀନକୁ ଧମକ ଦେଇଛି ଫିଲିପାଇନ୍ସ । ଫିଲିପାଇନ୍ସ କହିଛି କି ଯଦି ଚୀନ ଆମକୁ ଭୟଭିତ କରିବାକୁ ଚେଷ୍ଟା କରେ ତେବେ ଫଳାଫଳ ଭୟାନକ ହେବ । ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ ଗୁରୁବାର ଦିନ ଏଭଳି କହିଛନ୍ତି । ସେ ତାଙ୍କ ସୋସିଆଲ ମିଡଆ ଆକାଉଣ୍ଟରେ ଲେଖିଛନ୍ତି କି, ଆମେ କୌଣସି ଦେଶ ସହ ଯୁଦ୍ଧ କରିବାକୁ ଚାହୁଁନାହୁଁ , ହେଲେ ଯେଉଁଦେଶମାନେ ଆମକୁ ନିଜର ପଡୋଶୀ ବୋଲି କହୁଛନ୍ତି ହେଲେ ଆମକୁ ଧମକ ଦେଇ ଚୁପ୍ ମଧ୍ୟ କରାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆମେ କଠୋର ଆଭିମୁଖ୍ୟ ଗ୍ରହଣ କରିବୁ । ଏହାସହ ଫିଲିପାଇନ୍ସ କାହା ଅଧିନରେ ରହିବାକୁ ସ୍ୱୀକାର କରିବ ନାହିଁ । କିଛିଦିନ ତଳେ ଚୀନ କୋଷ୍ଟଗାର୍ଡ ଟିମ ଦକ୍ଷିଣ ଚୀନ ସାଗରରେ କିଛି ହରକତ କରିଥିଲେ ଏହାସହ ଫିଲିପାଇନ୍ସର ପଣ୍ୟ ଜାହାଜ ଉପରେ ପାଣିମାଡ କରିଥିଲା ଚୀନ କୋଷ୍ଟଗାର୍ଡ । ଏହାକୁ ନେଇ ଏବେ ଫିଲିପାଇନ୍ସ ରାଷ୍ଟ୍ରପତି ଚୀନକୁ ଚେତାବନୀ ଦେଇଛନ୍ତି ।

ସେପଟେ ସୋମବାର ଦିନ ଚୀନ ତରଫରୁ ଫିଲିପାଇନ୍ସକୁ ଚେତାବନୀ ଦିଆଯାଇଥିଲା । ଚୀନର କହିବା କଥା ଉଭୟ ଦେଶର କୋଷ୍ଟଗାର୍ଡମାନେ ବାରମ୍ବାର ମୁହାଁମୁହିଁ ହେଉଥିବାରୁ ଉଭୟ ଦେଶ ମଧ୍ୟରେ ସଂପର୍କ ବିଗିଡିବାରେ ଲାଗିଛି । ଏହାର ଜବାବ ଦେଇ ଫିଲିପାଇନ୍ସ ରାଷ୍ଟ୍ରପତି କହିଛନ୍ତି କି, ଅନ୍ତରାଷ୍ଟ୍ରୀୟ ସମୁଦାୟ ଫିଲିପାଇନ୍ସର ବନ୍ଧୁ ରାଷ୍ଟ୍ରଙ୍କ ସହ ସଂପର୍କରେ ରହିଛି । ସେମାନେ ଇଣ୍ଡୋ-ପୈସେଫିକରେ ଶାନ୍ତି ଓ ସ୍ଥିରତା ସହ ଆମର ସଂପ୍ରଭୁତା ଓ ଅଧିକାର ସହ କ୍ଷେତ୍ରୀୟ ରକ୍ଷା କରିବା ନେଇ ଫିଲିପାଇନ୍ସକୁ ସହାୟତା ଯୋଗାଇବେ ।