ଯେଉଁଠାରେ ମହିଳାମାନେ ଅଧିକ ସୁନ୍ଦର ଥିବେ ସେଠାରେ ଦୁଷ୍କର୍ମ ମାମଲା ବଢିବ ବୋଲି କହିଲେ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ

ଯେଉଁଠାରେ ମହିଳାମାନେ ଅଧିକ ସୁନ୍ଦର ଥିବେ ସେଠାରେ ଦୁଷ୍କର୍ମ ମାମଲା ବଢିବ ବୋଲି କହିଲେ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ

source : Information Nigeria

କନକ ବ୍ୟୁରୋ : ଯେଉଁ ଦେଶରେ ମହିଳାମାନେ ଅଧିକ ସୁନ୍ଦର ସେଠାରେ ଦୁର୍ଷମ ମାମଲା ଅଧିକ ହେବ । ତେବେ ଏପରି ସମ୍ବେଦନଶୀଳ ଟିପ୍ପଣୀ ଦେଇଛନ୍ତ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ । ତେବେ ଏହା ପ୍ରଥମଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଟିପଣୀ ରଖି ଚର୍ଚ୍ଚାରେ ରହିଛନ୍ତି ଦୁତେର୍ତେ । ତେବେ ମିଳିଥିବା ସୂଚନା ଅନୁସାରେ ନିଜର ଓଲଟା ପାଲଟା ଓ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ସେ। ତେବେ ଏଥର ଦୁତେର୍ତେ କହିଛନ୍ତି ଯେ, ମୋ ସହରରେ ବର୍ତ୍ତମାନ ସମୟରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ଏହି ମାମଲା ବଢିବାର ମୁଖ୍ୟ କାରଣ ହେଉଛି ଏଠାକାର ମହିଳାମାନେ ଅଧିକ ସୁନ୍ଦର ବୋଲ ଦୁତେର୍ତେ କହିଛନ୍ତି । କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସହରରେ ଅଧିକ ସୁନ୍ଦରୀ ମହିଳା ରହିବେ, ସେତେଦିନ ପର୍ୟ୍ୟନ୍ତ ଦୁଷ୍କର୍ମ ମାମଲା ବଢିବ ।

publive-imageତେବେ ଦୁତେର୍ତେଙ୍କ ଏପରି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅନେକ ମହିଳା ସଂଗଠନ ଏପରି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ଏପରି ହୀନ ମନ୍ତବ୍ୟ ଉପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଏହା ଏକ ମଜାଦାର ଶଦ୍ଦ ଥିଲା । ନିଜ ଅଞ୍ଚଳରେ ହେଉଥିବା ଘଟଣା ସମ୍ପର୍କରେ ଲକ୍ଷ୍ୟରଖି ଦୁତେର୍ତେ ଏପରି କହିଛନ୍ତି ବୋଲି କୁହାଯାଇଛି । ତେବେ ଏପରି ମନ୍ତବ୍ୟରେ କ୍ଷମା ମାଗିବା ସହ ନିଜର ପଦରୁ ଇସ୍ତଫା ଦେବା ପାଇଁ ଦାବୀ ଜୋର ଧରିଛି । ପୂର୍ବରୁ ୨୦୧୬ମସିହାରେ ଫିଲିପାଇନ୍ସର ରାଷ୍ଟ୍ରପତି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେତେବେଳେ କହିଥିଲେ ଯେ, ମୋର ସୈନିକମାନେ ଅନେକ ମହିଳାଙ୍କ ସହ ଏପରି କାମ କରିପାରିବେ । ହେଲେ ସେମାନଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏହାସହ ସେମାନଙ୍କ ପାଇଁ ଦରକାର ପଡିଲେ ମତେ ଜେଲକୁ ନିଅ ବୋଲି କହିଥିଲେ । ଅନେକ ସମୟରେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହନ୍ତି ସେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe