ପି.ଏଚ.ଡି ପାଇପ ଫାଟି ଘରେ ପଶିଲା ପାଣି ! ରାତି ଅଧରେ ନାକେଦମ ପରିବାର

38

କନକ ବ୍ୟୁରୋ : ପି.ଏଚ.ଡି ପାଇପ ଫାଟି ଘରେ ପଶିଲା ପାଣି । ରାତି ଅଧରେ ଘରେ ପାଣି ପଶିବାରୁ ନାକେଦମ ହେଲେ ପରିବାର । ରାତି ପାଖାପାଖି ୨ଟା ସମୟରେ ରାଜଧାନୀର ଖାରବେଳନଗର ସ୍ଥିତ ପଞ୍ଜାବୀ କଲୋନୀରେ ଏଭଳି ଘଟଣା ଘଟିଛି । ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଘର ଭିତରୁ ମାଆ ଓ ଝିଅଙ୍କୁ ଉଦ୍ଧାର କରିଥିବା ବେଳେ ଘର ଭିତରୁ ପାଣି ବାହାର କରିବାରେ ସକ୍ଷମ ହୋଇଛି । ତେବେ ପି.ଏଚ.ଡି ପାଇପ ଫାଟି ଘର ଭିତରେ କୃତିମ ବନ୍ୟା ହୋଇଥିବା ଦେଖିବାକୁ ମିଳିଥିଲା । ପାଖାପାଖି ୫ ଘଂଟାରୁ ଅଧିକ ସମୟ ଧରି ଅଗ୍ନିଶମ ବିଭାଗର ଉଦ୍ୟମ ପରେ, ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।